କେଏସୟୁବି ଶିକ୍ଷକ ଶିକ୍ଷା କଲେଜରେ ପାଠ୍ୟଯୋଜନା କର୍ମଶାଳା ।

0 139

ଭଞ୍ଜନଗର, ୦୫/୧୦(ପିପିଟି):ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଗତ ୩ଠାରୁ ୭ତାରିଖ ପର୍ଯ୍ୟନ୍ତ ୫ଦିନିଆ ପାଠ୍ୟ ଯୋଜନାର ଆଭିମୁଖ୍ୟ ସମ୍ପର୍କିତ ଏକ କର୍ମଶାଳାର ଆୟୋଜନ କରାଯାଇଛି।ଏଥିରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ଦିଲିପ କୁମାର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆବାହକ ସହକାରୀ ପ୍ରଫେସର ପ୍ରକାଶ କୁମାର ସାହୁ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଏଥିରେ ବିଭିନ୍ନ ପାଠ୍ୟ ବିଷୟ ଯଥା ବ୍ଲୁମ ଟାକ୍ସନୋମି,ଶିକ୍ଷଣ ପଦ୍ଧତ୍ତି,୫-ଇ ମଡେଲ ଦ୍ୱାରା ପାଠ୍ୟ ଯୋଜନା ପ୍ରସ୍ତୁତିକରଣ,ଶିକ୍ଷଣ ସାମଗ୍ରୀର ପ୍ରସ୍ତୁତି, ଶିକ୍ଷଣ କୌଶଳ, ଶ୍ରେଣୀ ଶୃଙ୍ଖଳା, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି, ଭିନ୍ନ ଭିନ୍ନ ପ୍ରଶ୍ନ ଓ ବିଭିନ୍ନ ବିଷୟକୁ ନେଇ ପାଠ୍ୟ ଯୋଜନା ପ୍ରସ୍ତୁତି ଉପରେ ଗୁରୁ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ ଦିଆଯାଉଛି।ଏଥିରେ ସହକାରୀ ପ୍ରଫେସର ଅମିତ କୁମାର ମିଶାଲ,ହର୍ଷ ବାଲା,ପ୍ରଦୀପ କୁମାର ନାୟକ, ଡ଼. ଭାବଗ୍ରାହୀ ପ୍ରଧାନ, କେ. ପ୍ରକାଶ ରେଡ଼ି, ଡ଼. ପ୍ରମୋଦ କୁମାର ସାହୁ, ଲିପ୍ସା ରାଣୀ ସାହୁ, ଡ଼. ସତ୍ୟବାଦୀ ମାର୍ଥl,ଡ଼. ରଞ୍ଜନ କୁମାର ନାୟକ, ସସ୍ମିତା ବେହେରା ଓ କଳା ଶିକ୍ଷକ ଆଶିଷ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.