କୃଷି ଅତିରିକ୍ତ ସଚିବଙ୍କ ଦ୍ୱାରା ଖାଦ୍ୟ ମେଳା ଉଦଘାଟିତ ।

0 211

ମାଲକାନଗିରି, ୦୯/୦୯(ପିପିଟି):ଓଡ଼ିଶା ସରକାରଙ୍କ ତରଫରୁ କୃଷି ଅତିରିକ୍ତ ସଚିବ ଶୁଭ୍ରାଂଶୁ ମିଶ୍ର ମାଲକାନଗିରି ଜିଲ୍ଲା ଗସ୍ତ କରି କୃଷିଭିତ୍ତିକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। ଯେଉଁଥିରେ ସେ କ୍ଷୁଦ୍ର ଶସ୍ୟ ଚାଷ ପ୍ରଦର୍ଶନ କ୍ଷେତ୍ର ପରିଭ୍ରମଣ କରିଥିଲେ ଏବଂ ଏମଭି -୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଶ୍ରୀ ଅନ୍ନ ଯୋଜନା, ଜିଲ୍ଲା କୃଷି ବିଭାଗ ମାଲକାନଗିରି ତରଫରୁ ଆୟୋଜିତ ପାରମ୍ପରିକ କ୍ଷୁଦ୍ର ଶସ୍ୟ ଯୁକ୍ତ ଖାଦ୍ୟ ମେଳାକୁ ଉଦ୍ଘାଟନ କରିଥିଲେ । ଏହାର ଉପାଦେୟତା ଏବଂ ପୃଷ୍ଟିଶସ୍ୟ ଗୁଣବତ୍ତା ବିଷୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଥିଲେ। ଏହା ବ୍ୟତିତ କ୍ଷୁଦ୍ର ଶସ୍ୟ ଓ ବୈଜ୍ଞାନିକ ପଦ୍ଧତିରେ ଉତ୍ପାଦନ ଏବଂ ବ୍ୟବସାୟର ସମ୍ପ୍ରସାରଣ ବିଷୟରେ ମଧ୍ୟ ମତବ୍ୟକ୍ତ କରିଥିଲେ। ଖାଦ୍ୟ ମେଳାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ଉଦ୍ୟାନ ଅଧିକାରୀ, ଶ୍ରୀ ଅନ୍ନ ଯୋଜନାର ଜିଲ୍ଲା ସଂଯୋଜକ ଓ ଆଞ୍ଚଳିକ ସଂଯୋଜକ, ଜିଲ୍ଲା ମୁଖ୍ୟ ଯନ୍ତ୍ରୀ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ, ଅନ୍ୟାନ୍ୟ କୃଷି ଅଧିକାରୀ ସହିତ ଏମଭି – ୭ ଜଗନ୍ନାଥ ପଲ୍ଲୀ ବିଦ୍ୟାଳୟର ଶିକ୍ଷକ ଏବଂ ଶତାଧିକ ଛାତ୍ର ଏହି ଖାଦ୍ୟ ମେଳା ରେ ଅଂଶଗ୍ରହଣ କରିଥିଲେ। ଏହି ଖାଦ୍ୟ ମେଳାରେ ଗୋପବନ୍ଧୁ ବିକାଶ ସଂସ୍ଥା ର ସହୟୋଗରେ ମା’ ସନ୍ତୋଷି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ମାଆମାନେ କ୍ଷୁଦ୍ର ଶସ୍ୟରେ ଅନେକ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଯେପରି ମାଣ୍ଡିଆ ମିଶ୍ରିତ ସୂପ, ଲଡୁ, ଆରିସା, କାକରା, ଗଜା, କ୍ଷୀରି, ଇତ୍ୟାଦି ଖାଦ୍ୟ ପ୍ରସ୍ତୁତ କରିଥିଲେ। କାର୍ଯ୍ୟକ୍ରମର ଶେଷରେ କୃଷି ଅତିରିକ୍ତ ସଚିବ, ଓଡ଼ିଶା ସରକାର ଶୁଭ୍ରାଂଶୁ ମିଶ୍ର ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରି ଶ୍ରୀ ଅନ୍ନ ଯୋଜନାର ସଫଳ ହୋଇଛି ବୋଲି ପ୍ରକାଶ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.