କୃଷି,କୃଷକ,ଶ୍ରମିକ ଓ ଛାତ୍ରଙ୍କ ପାଇଁ ଏକ ନିରାଶାର ବଜେଟ୍ ।

0 190

ବ୍ରହ୍ମପୁର,୦୧/୦୨(ପିପିଟି): ଦେଶରେ ଆର୍ଥିକ ଅସମାନତା, କୣଷି କ୍ଷେତ୍ରରେ ସଙ୍କଟ, ବେକାରୀ ଲଗାତାର ବୣଦ୍ଧି ପାଉଥିବା ବେଳେ ତା’ର ସମାଧାନ ଦିଗରେ କୌଣସି ଠୋସ ପଦକ୍ଷେପ ଘୋଷଣା କରିବାରେ ୨୦୨୬-୨୭ର ବଜେଟ୍ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଯେଉଁ ନବ ଉଦାର ନୀତି ଲାଗି ଦେଶରେ ଶ୍ରମିକଙ୍କ ମଜୁରୀ ଓ ଲୋକମାନଙ୍କ କ୍ରୟଶକ୍ତିରେ ବୣଦ୍ଧି ଘଟୁନି ଏବଂ ଭାରତୀୟ ବଜାରରେ ଅଧିକରୁ ଅଧିକ ବିଦେଶୀ ଜିନିଷ ଆସିବା ଫଳରେ ସ୍ଥାନୀୟ କ୍ଷୁଦ୍ର ଶିଳ୍ପ ସବୁ ବନ୍ଦ ହେଉଛି ସେସବୁ ଉପରେ ସରକାରଙ୍କ ଗୁରୁତ୍ତ୍ଵ ଦେବା ଦେଖାଯାଇନି । କେବଳ ‘ବିକଶିତ ଭାରତ’ର ଫମ୍ପା ଶବ୍ଦାଳଙ୍କାରକୁ ଛାଡ଼ିଦେଲେ ଏହି ବଜେଟରେ ଦେଶର ସାଧାରଣ ଜନତାଙ୍କ ପାଇଁ କିଛି ନାହିଁ । ପୂର୍ବ ନିରନ୍ତରତାକୁ ବଜାୟ ରଖି ବଜେଟରେ କୃଷି ଓ କୃଷକ,ଶ୍ରମିକ,ଯୁବକ ଯୁବତୀ ଓ ମହିଳାମାନଙ୍କ ପ୍ରତି ଜାରି ରହିଥିବା ଅବହେଳାକୁ ପୁଣି ଥରେ ସ୍ପଷ୍ଟ କରିଛି । ସବୁ ଦୣଷ୍ଟିରୁ ଦେଖିଲେ ଚଳିତ ବଜେଟ ପୂର୍ବବର୍ତ୍ତୀ ବର୍ଷଗୁଡ଼ିକର ଲୋକବିରୋଧୀ ବଜେଟମାନଙ୍କ ମଧ୍ୟରୁ ସବୁଠାରୁ ଖରାପ ବଜେଟ ଅଟେ ।
ବଜେଟରେ ସାମାଜିକ ସୁରକ୍ଷା ଓ ଦାରିଦ୍ର୍ୟ ହ୍ରାସ ଯୋଜନାଗୁଡ଼ିକରେ ବ୍ୟୟ ବରାଦକୁ ବାସ୍ତବ ମୂଲ୍ୟରେ କମାଯାଇଛି କିମ୍ବା ଅପରିବର୍ତ୍ତିତ ରଖାଯାଇଛି, ଯାହା ମୁଲ୍ୟସ୍ଫୀତି ଓ ବଢ଼ୁଥିବା ଜନସଂଖ୍ୟାର ଆବଶ୍ୟକତା ସହ ସାମଞ୍ଜସ୍ୟ ନୁହେଁ । ଗତ ୨୦୨୫–୨୬ ବଜେଟରେ ସଂଶୋଧିତ ଅନୁମାନ (RE) ମଧ୍ୟ ଦେଖାଉଛି ଯେ କୃଷି ଓ ସହଯୋଗୀ ମଧ୍ୟ କୣଷି, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ କଲ୍ୟାଣ, ଗ୍ରାମୀଣ ଓ ସହର ବିକାଶ ଭଳି ମୁଖ୍ୟ କ୍ଷେତ୍ରଗୁଡ଼ିକରେ ଯେଉଁ ବ୍ୟୟ ବରାଦ କରାଯାଇଥିଲା ତା’ଠାରୁ ବହୁତ କମ୍ ବ୍ୟୟ କରାଯାଇଛି । ଅନ୍ୟପଟେ ସେସବୁ କ୍ଷେତ୍ରରେ ଚଳିତ ବଜେଟରେ ବ୍ୟୟ ବରାଦ ପୂର୍ବବର୍ଷର ବଜେଟ ଠାରୁ ବି କମ୍ ରହିଛି ।

ଶେଷରେ ଦେଶର କୣଷି, କୣଷକ, ଶ୍ରମିକ, ଛାତ୍ରଛାତ୍ରୀ ଓ ମଧ୍ୟବିତ୍ତ ଶ୍ରେଣୀ ପାଇଁ ଏହା ଏକ ନିରାଶାର ବଜେଟ ବୋଲି କୁହାଯିବା ଠିକ ହେବ ।

Leave A Reply

Your email address will not be published.