କୃତଜ୍ଞତା ଜଣାଇଲେ ତାମିଲନାଡୁରୁ ଉଦ୍ଧାର ୯ ଶ୍ରମିକ ।

0 260

ଭଞ୍ଜନଗର, ୦୫/୦୮(ପିପିଟି):ଦାଦନ ଶ୍ରମିକଙ୍କ ପାଇଁ
ଗଞ୍ଜାମ ଜିଲ୍ଲା ସବୁବେଳେ ଚର୍ଚ୍ଚାରେ ରହି ଆସିଛି।ଅନେକ ସମୟରେ ସେମାନେ ଦଲାଲ ଏବଂ ମାଲିକଙ୍କ ଦ୍ୱାରା ଶୋଷିତ ଓ ନିର୍ଯାତିତ ହୋଇ ଆସୁଛନ୍ତି।ହେଲେ ଆଜି ପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ ହୋଇ ପାରୁନି।ଏବେ ପୁଣି କିଛି ନିର୍ଯ୍ୟାତନାର ଶିକାର ହୋଇଥିବା ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଥିବା ଘଟଣା ସାମ୍ନା କୁ ଆସିଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏନଏସି ୧୦ନଂ ୱାର୍ଡ ଅନ୍ତର୍ଗତ ବଡ଼ ଖଦାଳ ସାହିର ଗୋଟିଏ ଛୋଟ ଶିଶୁ ସମେତ ୯ଜଣ ପୁରୁଷ ଓ ମହିଳା ଶ୍ରମିକ ତାମିଲନାଡୁ ଦାଦନ ଖଟିବାକୁ ଯାଇଥିଲେ।ଭଞ୍ଜନଗର ଅଞ୍ଚଳର ଜଣେ ମହିଳା ଦଲାଲଙ୍କ କଥାରେ ପଡି ସେମାନେ ସେଠାରେ ଫସି ଯାଇଥିଲେ। ନେଲା କୋଟ ଠାରେ ଥିବା ଏକ ବିସ୍କୁଟ କମ୍ପାନୀରେ ସମସ୍ତେ କାମ କରୁଥିଲେ।ହେଲେ ୪ମାସ କାମ କରିବା ପରେ ମଧ୍ୟ ସେମାନଙ୍କୁ କୌଣସି ପାରିଶ୍ରମିକ ନ ମିଳିବାରୁ ଦୁଃଖ କଷ୍ଟରେ ରହି ସେଠାରୁ ଉଦ୍ଧାର ପାଇଁ ସ୍ଥାନୀୟ କାଉନସିଲରଙ୍କୁ ଫୋନ ଯୋଗେ ଜଣାଇଥିଲେ।ଏ ଖବର ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଶୁଣିବା ପରେ ସେ ସଙ୍ଗେ ସଙ୍ଗେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ଆଲୋଚନା କରିଥିଲେ।ଉଭୟେ ଯାଇ ଏସମ୍ପର୍କରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ।ଏହାପରେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ସମସ୍ତ ଶ୍ରମିକ ସୁରକ୍ଷିତ ଭାବେ ଭଞ୍ଜନଗର ଫେରିବାରେ ସକ୍ଷମ ହୋଇଛନ୍ତି।ତେଣୁ ଆଜି ସମସ୍ତେ ଭଞ୍ଜନଗର ବିଧାୟକ,ଏନଏସି ଅଧ୍ୟକ୍ଷ ଓ ଉପଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।
(ରିପୋର୍ଟ-  ଜେ କେ ପଟ୍ଟନାୟକ )

Leave A Reply

Your email address will not be published.