ହରଭଙ୍ଗା,୦୨/୧୦ :ହରଭଙ୍ଗା ବ୍ଲକ ପୁରୁଣାକଟକ ବନାଞ୍ଚଳ ଅଧିନସ୍ଥ ଧଳପୁର ଗ୍ରାମର ଅଖିଳ ଲୌରିଆଙ୍କ କୂଅରୁ ବୁଧୁବାର ବନବିଭାଗ ଏକ ଜଙ୍ଗଲୀ ବାରହା ଉଦ୍ଧାର କରିଛି। ସୂଚନାମତେ ଗତକାଲି ରାତିରେ ଏକ ଜଙ୍ଗଲୀ ବାରହା ଅଖିଳଙ୍କ ପରିତ୍ୟକ୍ତ କୂଅରେ ପଡିଯାଇଥିଲା। ଆଜି ସକାଳେ ଘଟଣା ଜଣାପଡିବା ପରେ ପୁରୁଣାକଟକ ବନାଞ୍ଚଳର ସ୍କ୍ୱାର୍ଡ ଟିମ ପହଁଚି ବାରହାକୁ ଜୀବନ୍ତ ଉଦ୍ଧାର କରିଥିବା ଜଣାପଡିଛି। ଉଦ୍ଧାରପରେ ବାରହାକୁ ନିକଟସ୍ଥ ଜଙ୍ଗଲରେ ଛାଡିଦିଆଯାଇଥିବା ପୁରୁଣାକଟକ ରେଞ୍ଜ ଅଫିସର ଜୟନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। ବାରହାର ସୁରକ୍ଷା ପାଇଁ ସ୍କ୍ୱାର୍ଡ ଟିମକୁ ସେଠାରେ ନିୟୋଜିତ କରାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି।