କୁଲାଡ଼ ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ ଆସନ୍ତା ୬ରେ ।

0 309

ଭଞ୍ଜନଗର, ୨୭/୦୮(ପିପିଟି):କୁଲାଡ଼ କବିସମ୍ରାଟ ବିଦ୍ୟାପୀଠରେ ସୁବର୍ଣ୍ଣ ଜୟନ୍ତୀ ମହାସମାରୋହ ଆଡମ୍ବର ସହକାରେ ପାଳନ ହେବ। ଏଥି ନିମନ୍ତେ ବନ ବିଭାଗ ଡାକ ବଙ୍ଗଳା ଠାରେ ବିଧାୟକ ପ୍ରଦୁମ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ନିଷ୍ପତି କ୍ରମେ ଆସନ୍ତା ମାସ ୬ତାରିଖରେ କବିସମ୍ରାଟ ବିଦ୍ୟାପୀଠରେ ଏକ କମିଟି ଚୟନ ବୈଠକ ଏବଂ ଉତ୍ସବ ପାଳନର ବିସ୍ତୃତ ଆଲୋଚନା କରାଯିବ। ଉକ୍ତ ବୈଠକ ରେ ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ଏବଂ ସମସ୍ତ ପୂର୍ବତନ ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ସାର୍ବଜନୀନ ଭାବେ ନିମନ୍ତ୍ରଣ କରାଯଇଛି। ସୂଚନା ଯୋଗ୍ୟ ଯେ ଏହି କବିସମ୍ରାଟ ବିଦ୍ୟାପୀଠରେ କୁଲାଡ ବ୍ୟତୀତ ବହୁ ଦୂରଦୂରାନ୍ତ ଗ୍ରାମରୁ ଛାତ୍ରଛାତ୍ରୀ ମାନେ ଆସି ଅଧ୍ୟୟନ କରୁଥିଲେ। ଏଣୁ କିଭଳି ଭାବରେ ସମସ୍ତ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କ ପାଖରେ ଉକ୍ତ ବୈଠକ ର ବାର୍ତ୍ତା ପହଞ୍ଚି ପାରିବ ଏବଂ ବୈଠକ ରେ କିଭଳି ସମସ୍ତ ଶିକ୍ଷାବର୍ଷର ଛାତ୍ରଛାତ୍ରୀ ମାନେ ଯୋଗ ଦେଇପାରିବେ ଏବଂ ପୁରାତନ ଛାତ୍ରଛାତ୍ରୀ ମାନେ ସମ୍ପୂର୍ଣ ଦାୟିତ୍ୱ ନେବା ପାଇଁ ଅନୁରୋଧ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଅଧକ୍ଷ ଗୌରୀ ନନ୍ଦନ ହୋତା, ବରିଷ୍ଠ ଶିକ୍ଷକ ପ୍ରଦୁମ୍ନ କୁମାର ମଲ୍ଲିକ, ପୂର୍ବତନ ଛାତ୍ର ବ୍ରହ୍ମାନନ୍ଦ ଦାସ, ବୁଲୁରାଜୁ, ସଞ୍ଜୟ ପ୍ରଧାନ, ଟୁଟୁ ପ୍ରଧାନ,ମୁନା ପତି, ମନୋଜ କୁମାର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.