କୁଲାଡ଼ ବ୍ୟାଘ୍ରଦେବୀ ମନ୍ଦିରରୁ ଚୋରି ।

0 376

ଭଞ୍ଜନଗର, ୨୬/୦୪(ପିପିଟି) : ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ ତଳ ବ୍ୟାଘ୍ରଦେବୀ ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଦେବୀଙ୍କ ୩୫ ଟି ରୂପା ଆଖି, ୩ ଟି ସୁନା ଚିତା, ୨ ଟି ରୂପା ଭୁଲର୍ତା ଚୋରି ହୋଇଛି। ଯାହାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ। କିନ୍ତୁ ଦୃର୍ବୁତ୍ତ ମାନେ ଆହୁରି ଅନେକ ଅଳଙ୍କାରକୁ ଛାଡି ଚାଲି ଯାଇଛନ୍ତି।

ସୂଚନା ଯୋଗ୍ୟ ଯେ, ୪ ଜଣ ଦୁର୍ବୃତ୍ତ ଶୁକ୍ରବାର ରାତି ପ୍ରାୟ ୩ଟା ସମୟରେ ମନ୍ଦିର ମଧ୍ୟରେ ମୁଖା ପିନ୍ଧି ପଶିଥିଲେ। ପରେ କ୍ୟାମେରାକୁ ଉପରକୁ କରିଦେଇଥିଲେ। ପରେ ଠାକୁର ଘର କବାଟ ଭାଙ୍ଗି ଅଳଙ୍କାର ଚୋରି କରିନେଇଥିଲେ। ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.