ଭଞ୍ଜନଗର, ୭/୯ (ପିପିଟି):ଭଞ୍ଜନଗର ନିକଟ କୁଲାଡ଼ କବି ସମ୍ରାଟ ବିଦ୍ୟାପୀଠରେ ବ୍ଲକ ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।’ମିଲେଟ ଏକ ଉତ୍ତମ ଖାଦ୍ୟ ଅଥବା ଭ୍ରାନ୍ତ ଆହାର’ ଶୀର୍ଷକ ପାଠଚକ୍ରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ବାଡ଼ତ୍ୟା ଉଦଘାଟନ କରିଥିଲେ।ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁର୍ଯ୍ୟ ନାରାୟଣ ନାୟକ,ବଡ଼ କୋଦଣ୍ଡା ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା,ଦିଲିପ କୁମାର ସ୍ୱାଇଁ ଯୋଗ ଦେଇଥିଲେ। ବିଚାରକ ଭାବେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ରମାକାନ୍ତ ସାହୁ ଓ ରସାୟନ ବିଜ୍ଞାନ ଅଧ୍ୟାପକ ଅମୀୟ ରଞ୍ଜନ ପଣ୍ଡା ଯୋଗ ଦେଇଥିଲେ।ଭଞ୍ଜନଗର ବ୍ଲକର ବିଭିନ୍ନ ବିଦ୍ୟାଳୟର ୫୯ଜଣ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରି ନିଜ ନିଜର ମତାମତ ପ୍ରଦାନ କରିଥିଲେ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗୋୖରୀ ନନ୍ଦନ ହୋତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।କୁଲାଡ଼ କ୍ଲଷ୍ଟର ସିଆରସିସି ଅବିନାଶ ପଣ୍ଡା, ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ଦିବାକର ପାତ୍ର,ସୁର୍ଯ୍ୟ ନାରାୟଣ ବେହେରା, ଶୁଭଶ୍ରୀ ପ୍ରଧାନ, ଲଷ୍ମୀଧର ସଂଗ୍ରାମ ସିଂ, ସ୍ୱାଗତିକା ସ୍ୱାର,ଦୀପିକା ରଥ,ଆଲୋକ ସ୍ବାଇଁ, ବସନ୍ତ କୁମାର ତାରିଣୀ, ହରୀକୃଷ୍ଣ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ। ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରୁ ଜିଲୁଣ୍ଡି ଆଦର୍ଶ ବିଦ୍ୟାଳୟର ଛାତ୍ର ଚେତନା ଦାସ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି।ଶେଷରେ ଗୋୖରୀ ନନ୍ଦନ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ଏନସିସି ଛାତ୍ର ଓ ଅନ୍ୟମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ରିପୋର୍ଟ-ଜେ କେ ପଟ୍ଟନାୟକ