କୁମୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୁବକର ଉନ୍ମତ୍ତ କାଣ୍ଡ ।

0 1

ମାଲକାନଗିରି,୧୪/୦୨(ପିପିଟି):ମାଲକାନଗିରି ସଦର ମହକୁମା ସ୍ଥିତ କୁମୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଡେଇଁ ଜଣେ ଯୁବକ ଉନ୍ମତ୍ତ କାଣ୍ଡ କରିଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ପରିସର ମଧ୍ୟରେ ଯୁବକଟି ଏକ ମଦ ବୋତଲକୁ ଭାଙ୍ଗି କିଛି ଅଂଶ ଧରି ଆକ୍ରାମଣ କରିବାକୁ ପିଲାମାନଙ୍କୁ ଗୋଡେଇ ଥିଲା । ଏ ଖବର ପାଇ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟ କକ୍ଷରୁ ବାହାରି ଯୁବକ ଜଣକ ହାତରୁ ଭଙ୍ଗା ବୋତଲ କାଚ ଉଦ୍ଧାର କରିବା ସହିତ କୌଣସି ପ୍ରକାରରେ ଆକ୍ରମଣରୁ ରକ୍ଷା ପାଇଯାଇଥିଲେ।
ଶିକ୍ଷକ ଶ୍ରୀଧର ସାହୁ ଉନ୍ମତ୍ତ ଯୁବକକୁ କାବୁ କରିବାରେ ସଫଳ ହୋଇଥିଲେ। ପରେ ଉନ୍ମତ୍ତ ଯୁବକଟି ବିଦ୍ୟାଳୟ ପରିସରୁ ଚାଲିଯାଇଥିଲା । କିଛି ସମୟ ପାଇଁ ବିଦ୍ୟାଳୟରେ ଭୟର
ବାତାବରଣ ସୃଷ୍ଟି ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାଣ ରକ୍ଷା ଲାଗି ଇତସ୍ତତଃ ଧାଉଁଥିବା ଦେଖିବାକୁ ମିଳିଥିଲା। ତେବେ ଯୁବକଟି ନିଶାସକ୍ତ ଥିବା କୁହାଯାଉଛି। ତେବେ କେଉଁ ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରକୁ ଆସି ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିଲା ତାହା ତଦନ୍ତ ସାପେକ୍ଷ। ଏ ସର୍ମ୍ପକରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମାଲକାନଗିରି ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ ତଦନ୍ତ କରି ନଥିବା ଜଣାପଡ଼ିଛି। ଏହା ବ୍ୟତୀତ ଉନ୍ମତ୍ତ ଯୁବକକୁ ମଧ୍ୟ ଗିରଫ କରା ନାହିଁ। ଆଗାମୀ ଦିନରେ ପୁନଶ୍ଚ ସେହି ଯୁବକ ଆକ୍ରମଣ କରିବାର ସମ୍ଭାବନା କୁ ଏଡାଇ ହେବ ନାହିଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ବିଦ୍ୟାଳୟଟି ଭୟ ମୁକ୍ତ ନଥିବା କୁହାଯାଉଛି। ତୁରନ୍ତ ପୋଲିସ ଅଭିଯୁକ୍ତକୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.