କୁମାରୀପାରି ରେ ଶ୍ରୀମଦ ଭାଗବତ କଥା ସପ୍ତାହ ।

0 303

କୋଦଳା,୨୦/୧୦(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କୁମ୍ଭାରଗାଁ ପଞ୍ଚ।ୟତର କୁମାରିପାରୀ ଗ୍ରାମ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ୱର ଶୈବ ମନ୍ଦିର ପରିସରରେ ଏକ ସପ୍ତାହ ବ୍ୟାପି ଶ୍ରୀମଦ୍ ଭାଗବତ କଥା କାର୍ଯ୍ୟକ୍ରମ ଚାଲୁ ଥିବାବେଳେ ତାହା ୨୫ତାରିଖ ଦିନ ଶେଷ ହେବ । ଏହି ପରିପ୍ରେକ୍ଷୀରେ ଶନିବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜୟଶ୍ରୀ ଦାମୋଦର ଗୌଡିୟ ମଠ ପୁରୀ ର ଶ୍ରୀପାଦ ଭକ୍ତି ବେଦାନ୍ତ ବୋଧାୟନ ମହାରାଜ ବକ୍ତାଭାବେ ଯୋଗ ଦେଇ ଶ୍ରୋତାଙ୍କୁ ଭାଗବତ ଦିବ୍ୟଜ୍ଞାନ ସମ୍ପର୍କିତ କଥାମୃତ ଶୁଣାଉଛନ୍ତି । ପ୍ରତିଦିନ ସନ୍ଧ୍ୟା ୬.୩୦ ମିନିଟ୍ ରୁ ରାତ୍ର ୯.୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଦିନ ମହାପ୍ରସାଦ ସେବନର ବ୍ୟବସ୍ଥା ଥିବା ନେଇ ସୂଚନା ମିଳିଛି । ଏନେଇ କୁମାରିପାରୀ ଗ୍ରାମରେ ଆଧ୍ୟାତ୍ମିକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.