କୁଞ୍ଜାପାଲି ଆଶ୍ରମ ବିଦ୍ୟାଳୟରେ ରକ୍ତ ଶିଉଳି ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 328

ସୁବର୍ଣ୍ଣପୁର ,୦୪/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଦୁର୍ଜନତୈଲା ପଞ୍ଚାୟତ ଅନ୍ତର୍ଗତ କୁଞ୍ଜାପାଲି ଆଶ୍ରମ ବିଦ୍ୟାଳୟରେ ଆଜି ରକ୍ତଶିଉଳି ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନଶିକ୍ଷକ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ଵାବଧାନରେ ମୁଖ୍ୟଅତିଥି ଭାବରେ ମେଡିକାଲ ଅଫିସର ପି.କେ ମହାପାତ୍ର, ସମ୍ମାନିତ ଅତିଥି ପିଏଚଇଓ ସ୍ଵର୍ଣ୍ଣପ୍ରଭା ସ୍ଵାଇଁ ଯୋଗ ଦେଇ ରକ୍ତଶିଉଳି ରୋଗ ଉପରେ ସଚେତନ କରିଥିଲେ। ଏହି ସଭାରେ ଶିକ୍ଷକ ତ୍ରିଲୋଚନ ସାହୁ ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ରକ୍ତ ଶିଉଳି ରୋଗ ଉପରେ ସଚେତନତା,ଏହି ରୋଗ ର କାରଣ ନିରାକରଣ ଓସଚେତନତା,ହାତଧୂଆ ସଚେତନତା ଆଦି ଛାତ୍ର ଛାତ୍ରୀଙ୍କୁ ସଚେତନତା କରାଯାଇଥିଲା। ଏଥିରେ ସୁଜିତ କର୍ମୀ, ଦିବ୍ୟ ଭଗବାନ ନାଏକ୍,ସ୍ଵପ୍ନସାଗର ତାଣ୍ଡି, ରଞ୍ଜିତା ସେଠୀ ଆଦି ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ମାନସ ରଞ୍ଜନ କଲେତ ଧନ୍ୟବାଦ ଅର୍ପଣ ଦେଇଥିଲେ।ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.