କୁକୁର କାମୁଡ଼ାରେ ଗର୍ଭବତୀ ହରିଣର ମୃତ୍ୟୁ ।

0 55

ଭଞ୍ଜନଗର, ୦୩/୧୦(ପିପିଟି): ଉତ୍ତର ଘୁମୁସର ବନଖଣ୍ଡ ସେଣ୍ଟ୍ରାଲ ରେଞ୍ଜ ଅନ୍ତର୍ଗତ ରଗଡ଼ା ସଂରକ୍ଷିତ ଜଙ୍ଗଲ ଲାଠି ପଡ଼ା ଗ୍ରାମ ନିକଟରେ କୁକୁର କାମୁଡ଼ାରେ ଏକ ଗର୍ଭବତୀ ମାଈ ହରିଣର ମୃତ୍ୟୁ ଘଟିଛି।ତାର ବୟସ ପ୍ରାୟ ୧୨ବର୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି। ଆଜି ସକାଳେ ଜଙ୍ଗଲ ନିକଟରେ ବୁଲୁଥିବା ଏକ ହରିଣକୁ ସ୍ଥାନୀୟ କୁକୁରମାନେ ଦେଖି ଆକ୍ରମଣ ପାଇଁ ଗୋଡ଼ାଇଥିଲେ।ଗର୍ଭଧାରଣ କରିଥିବାରୁ ହରିଣଟି ଦୌଡ଼ି ଯିବାରେ ସକ୍ଷମ ହୋଇ ପାରି ନଥିଲା।ଫଳରେ କୁକୁରମାନେ ତାର ବେକକୁ କାମୁଡ଼ି ଗୁରୁତର କରି ପକାଇଥିଲେ।ଏହାଦେଖି ସ୍ଥାନୀୟ ଲୋକମାନେ ହରିଣକୁ ଉଦ୍ଧାର କରି ବନ ବିଭାଗ କର୍ମଚାରୀଙ୍କୁ ସୂଚନା ଦେଇଥିଲେ।ହରିଣର ବେକରେ ଗଭୀର ଆଘାତ ଲାଗିଥିବାରୁ ଚିକିତ୍ସା ନିମନ୍ତେ ତାକୁ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇ ଏଠାରେ ତାର ଅସ୍ତ୍ରୋପଚାର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ସମୟରେ ତାର ମୃତ୍ୟୁ ହୋଇଥିଲା।ମୃତ ହରିଣର ବ୍ୟବଚ୍ଛେଦ ପରେ ରେଞ୍ଜ ଅଫିସ ହତାରେ ପୋତି ଦିଆଯାଇଥିବା ଜଣାପଡ଼ିଛି।ଏଥିରେ ସେଣ୍ଟ୍ରାଲ ରେଞ୍ଜର କୁମର ବେହେରା, ଫରେଷ୍ଟର ଅମ୍ରିତା ଜେନାଙ୍କ ସମେତ ଫରେଷ୍ଟଗାର୍ଡ ଓ ସ୍କ୍ୱାର୍ଡ କର୍ମଚାରୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ-ଜେ କେ ପଟ୍ଟନାୟକ

Leave A Reply

Your email address will not be published.