ହିଞ୍ଜିଳିକାଟୁ ୦୩/୧୧(ପିପିଟି) :ବାତ୍ୟା ମୋନ୍ଥା ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଥିବା ବେଳେ କୌଣସି ଅଧିକାରୀ ମୁଖ୍ୟ କାର୍ଯ୍ୟାଳୟ ନଛାଡିବା ପାଇଁ ଏବଂ ଛୁଟିରେ ଥିବା ଅଧିକରୀଙ୍କ ଛୁଟି ବାତିଲ ର ନିର୍ଦ୍ଦେଶନାମା ଜାରୀ ହୋଇଥିଲା । ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ବିଭିନ୍ନ ସ୍ଥାନ ଭ୍ରମଣ କରି କାର୍ଯ୍ଯରେ ଅବହେଳା କରୁଥିବା ରୁ ଶୁନ୍ୟ ସହନଶୀଳତା ନୀତିରେ ଦୁଇ ଜଣ କନିଷ୍ଠ କର୍ମଚାରୀଙ୍କ ଉପରେ ଗ୍ରହଣ କରିଥିଲେ । ତେବେ ଏହି ସମୟରେ ରାଜ୍ୟ ତଥା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କୁ ଖାତିରି ନକରି ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଛୁଟିରେ ଯାଇଥିଲେ ।ଏ ବିଷୟରେ ସ୍ଥାନୀୟ ବ୍ଳକ ଅଧ୍ୟକ୍ଷ ,ଏବଂ ଉପଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରୁ ସେମାନେ ଏବିଷୟରେ ଅବଗତ ନଥିଲେ । କିନ୍ତୁ ବ୍ଳକର ବରିଷ୍ଠ କିରାଣୀ ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଥିଲେ ଯେ ମ୍ଯାଡେମ ଛୁଟିରେ ଅଛନ୍ତି ଆମେ ସେବିଷୟରେ ଅଧିକ କିଛି କହି ପାରିବୁନାହିଁ । ଯଦି ୧୦ ମିନିଟ ବିଳମ୍ବ ପାଇଁ ଗଞ୍ଜାମ ଜିଲ୍ଲାର ଆସିକା ଏବଂ ଶେରଗଡ ବ୍ଳକର କାର୍ଯ୍ଯରୁ ନିଳମ୍ବିତ କରାଯାଇପାରିଲା ତେବେ ସମ୍ପୂର୍ଣ୍ଣ ବାତ୍ୟା ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ସରକାରୀ ଆଦେଶ ନାମାକୁ ସମ୍ପୂର୍ଣ୍ଣ ବେଖାତିରି କରି କାର୍ଯ୍ଯରେ ଅବହେଳା କରିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ନୀରବ ରହିବା ଏବଂ ତାଙ୍କୁ ଘଣ୍ଟ ଘୋଡାଉଥିବା ରାଜ୍ୟ ସରକାରଙ୍କ ଦୋ ମୁହାଁ ନୀତିକୁ ପ୍ରତିପାଦନ କରୁନି କି ? ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଆମେ ଶୁନ୍ୟ ସହନଶୀଳତା ଅବଲମ୍ବନ ନୀତି ଅବଲମ୍ବନ କରି କୌଣସି ଅଧିକାରୀଙ୍କୁ ଛାଡିବୁ ନାହିଁ ଏବଂ ଉପଯୁକ୍ତ କାର୍ଯ୍ଯାନୁଷ୍ଠାନ ନେବୁ ବୋଲି ଡିମିଡିମି ରାଜସ୍ବ ମନ୍ତ୍ରୀ ଚୁପ କାହିଁକି ? ଏ ବିଷୟରେ କିଛି ଅଧିକାରୀଙ୍କ ସହ ଆଲୋଚନା ବେଳେ ସେମାନେ ତାତ୍ସଲ୍ଯ କରି କହିଥିଲେ ଯେଉଁ ମାନେ ନିଳମ୍ବିତ ସେମାନେ କିରାଣୀ କିନ୍ତୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ଜଣେ ପ୍ରଶାସନିକ ଅଧିକାରୀଣି ।ଏଣୁ କୌଣସି ପଦକ୍ଷେପ ହେବ ନାହିଁ ଯେତ ଭାସୁଛ ଭାସ ।ଏଠି ବିନା ପ୍ରଶାସନିକ ଅଧିକାରୀରେ ସରକାର ଚାଲିବ ନାହିଁ ଏବଂ ସରକାର ପ୍ରଶାସନିକ ଅଧିକାରୀଙ୍କ ସହ ମୁହାଁମୁହିଁ ହେବେନାହିଁ ।
ବିଗତ ସରକାରରେ ଲୋକ ପ୍ରତିନିଧିଙ୍କ ଅପେକ୍ଷା ପ୍ରଶାସନିକ ଅଧିକାରୀ ଙ୍କ ଦ୍ବାରା ଚାଲୁଥିବା ନେଇ ବର୍ତ୍ତମାନ ସରକାରରେ ଥିବା ବହୁ ମନ୍ତ୍ରୀ ଏବଂ ବିଧାୟକ ବିଶୋଦଗାର କରୁଥିବା ବେଳେ ବର୍ତ୍ତମାନ ର ରାଜ୍ୟ ସରକାର ସେହି ନୀତି ଅବଲମ୍ବନ କରୁଥିବା ଦର୍ଶାଇ ଦେଉନିକି ଯେ ବର୍ତ୍ତମାନ ସରକାରରେ ଥିବା ବହୁ ମନ୍ତ୍ରୀ ଏବଂ ବିଧାୟକ ସରକାର ଚଳାଇବାରେ ସମ୍ପୂର୍ଣ୍ଣ ଅନଭିଜ୍ଞ ।ବିଡ଼ିଓଙ୍କୁ ଜଣେ କିରାଣୀ ବୋଲି ଅବିହିତ କରିଥିବା ବର୍ତ୍ତମାନର ଉପ ମୁଖ୍ୟମନ୍ତ୍ରୀ ସେହିପରି ଜଣେ କିରାଣୀକୁ କାହିଁକି ଘଣ୍ଟ ଘୋଡାଉଛନ୍ତି ।
ଏଣୁ ସର୍ବସାଧାରଣରେ ଆଲୋଚନା ହେଉଛି କି ଯେ ଅବହେଳା କଲେ କିରାଣୀକୁ ମାଡ ଅଧିକାରୀଣୀକୁ ଛାଡ ।
ରିପୋର୍ଟ୍ -ଅଜିତ କୁମାର ପଟ୍ଟନାୟକ