ବୋଲଗଡ,୨୯/୦୩(ପିପିଟି): ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ମର୍ଦାବାଡ଼ି ଗ୍ରାମର ପ୍ରସନ୍ନ ବେହେରା (୪୦) ନାମକ ଜଣେ ଯୁବକ କିଡ୍ନୀ ରୋଗରେ ପିଡ଼ିତ ହୋଇଛନ୍ତି। ସେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ଯୋଗୁ ଚିକିତ୍ସା ପାଇଁ ଅର୍ଥ ପାଇ ପାରୁନାହାନ୍ତି। ତାଙ୍କର ଗୋଟିଏ ପୁଅ ଏବଂ ଗୋଟେ ଝିଅ ସେମାନେ ପାଠ ପଢୁଛନ୍ତି ରୋଜଗାରକ୍ଷମ ହେଇ ନାହାନ୍ତି । ପରିବାର ପ୍ରତିପୋଷଣ ପାଇଁ ଅର୍ଥ ଅଭାବ ଥିବା ବେଳେ ପ୍ରସନ୍ନ ଙ୍କ ଚିକିତ୍ସା ପାଇଁ ଅର୍ଥ ମିଳିବା ବହୁ କଷ୍ଟସାଧ୍ୟ ହୋଇ ପଡ଼ିଛି। ଯେଉଁଥିପାଇଁ ସେ ଉଚିତ୍ ଚିକିତ୍ସା ପାଇବାରୁ ବଂଚିତ ହୋଇଛନ୍ତି। ସେ ଦୀର୍ଘଦିନ ହେବ ଦିନ ମଜୁରିଆ ଭାବେ କାମ କରୁଥିଲେ । କିଛିଦିନ ତଳେ ତାଙ୍କର ହଠାତ ଦେହ ଖରାପ ହେବାରୁ ସେ ପରୀକ୍ଷା ନିରୀକ୍ଷା କରାଇଥିଲେ। ପରୀକ୍ଷା ନିରୀକ୍ଷା ପରେ ସେ କିଡ୍ନୀ ରୋଗରେ ଆକ୍ରାନ୍ତ ବୋଲି ଜଣା ପଡ଼ିଥିଲା। ତେବେ ସପ୍ତାହକେ ତିନି ଥର ଡାଇଲେସିସ କରାଯାଉଛି ଏମିତିକି ଦୁଇ ବର୍ଷ ବିତିଗଲାଣି ତେଣୁ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକ ଥିବାରୁ କୌଣସି ସହୃଦୟ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନ,ଓ ସମାଜସେବୀମାନେ ଏବଂ ସରକାର ଙ୍କ ସ୍ତରରେ ରୋଗର ଚିକିତ୍ସା ପାଇଁ ଅର୍ଥ ଦାନ କଲେ ଯୁବକ ଜଣକ ଆରୋଗ୍ୟ ହୋଇପାରିବେ। କିଡ୍ନୀ ପିଡ଼ିତ ପ୍ରସନ୍ନ ବେହେରା ଙ୍କୁ ସହାୟତ ଦେବା ପାଇଁ ତାଙ୍କ ପୁଅ ସୋମୁ ବେହେରା ଙ୍କର ଫୋନ ପେ ନଂ ୮୧୪୪୮୯୪୬୭୦ ଏବଂ ବ୍ୟାଙ୍କ ଆକାଉଣ୍ଟ ନଂ୧୦୫୭୦୧୦୦୦୦୮୨୦୮୩ , ଆଇଏଫଏସସି କୋଡ଼ ନଂ ଆଉ ଓ ବିଏ ୦୦୦୧୦୫୭ ରେ ପ୍ରଦାନ କରିପାରିବେ ବୋଲି ନିବେଦନ କରିଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।