କାଳୀମେଘି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜିତ ।

0 279

କୋଦଳା,୧୯/୦୧(ପିପିଟି):ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର ପ୍ରଚାର ପ୍ରସାର କରିବା ସହ ବିଭିନ୍ନ ପଞ୍ଚାୟତରେ ଏହି ଯୋଜନାର କଣ କଣ ସୁଫଳ ମିଳିଛି ତାହା ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଏହି ଅବସର ରେ ଶୁକ୍ରବାର ବେଗୁନିଆପଡା ବ୍ଲକର କାଳୀମେଘି ପଞ୍ଚାୟତରେ ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ କାଳିମେଘି ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକର କେମିତି ସଫଳ ରୂପାୟନ ହୋଇପାରିଛି ତାରି ଉପରେ ଲୋକମାନଙ୍କୁ ସୂଚାଇଥିଲେ । ବିଧାୟିକା ପଞ୍ଚାୟତରେ ପହଞ୍ଚିବା କ୍ଷଣି ହଜାର ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ପୁଷ୍ପଗୁଛ ଓ ଉପଢୌକନ ଦେଇ ଏକ ବିରାଟ ପଟୁଆର ରେ ପ୍ରିୟ ବିଧାୟିକାଙ୍କୁ ଗ୍ରାମ ପରିକ୍ରମା କରାଇବା ସହିତ ମଞ୍ଚ ନିକଟ କୁ ପାଛୋଟି ନେଇଥିଲେ । ଏହି ପଂଚାୟତ ଓ ବ୍ଲକରେ ହୋଇଥିବା ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତରିକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗି ଭିତ୍ତିଭୂମିର ବିକାଶ, 5t ସ୍କୁଲର ରୂପାନ୍ତରିକରଣ, ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତରିକରଣ, କ୍ରୀଡା ଭିତ୍ତି ଭୂମିର ବିକାଶ ଜଳ ସେଚନ ବ୍ୟବସ୍ଥା, ରାସ୍ତା ଘାଟର ଉର୍ନ୍ନତି କରଣ ରେ କଣ କଣ କରାଯାଇଛି ତାହା ଏଲଇଡି ପ୍ରୋଜେକ୍ଟର ମାଧ୍ୟମରେ ସଚେତନତା କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ,ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ସମାଜସେବୀ ମହେଶ୍ୱର ବରାଡ଼, ସରପଞ୍ଚ ପ୍ରତିନିଧି ତଥା ସମାଜ ସେବି ବିଶ୍ୱାମିତ୍ର ତ୍ରିପାଠୀ,ସମିତି ସଭ୍ୟା ନୟନୀ ଗୌଡ଼,ସହକାରୀ କୃଷି ଅଧିକାରୀ ଦୁର୍ଗେଶ ପଟ୍ଟନାୟକ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଭାଶିଷ ପାତ୍ର,କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ବିଜୁକର୍ମୀ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.