କାଳିମେଘିରେ ରକ୍ତଦାନ ଶିବିର ଅନୁଷ୍ଠିତ, ୫୧ ୟୁନିଟ୍ ରକ୍ତ ସଂଗ୍ରହ ।

0 268

କୋଦଳା,୨୭/୦୪(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ କାଳିମେଘି ଗ୍ରାମ ସ୍ଥିତ କାଳଞ୍ଜି ସମାଜ ସଭାଗୃହ ପରିସରରେ ସ୍ଵର୍ଗତ ଭାସି ପୋଲେଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସର ରେ ସ୍ବେଛାସେବୀ ଅନୁଷ୍ଠାନ ‘ଜୀବନ ଧାରା’ ଗଞ୍ଜାମ, କାଳିମେଘି ଗ୍ରାମବାସୀ ବୃନ୍ଦ, ସମ୍ବାଦ ଆମ ଓଡିଶା ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଯାଇଛି । ଏହି ଶିବିରରେ ଅତିଥି ଭାବେ ସହଦେଵ ଜେନା, ପାଣ୍ଡଵ ପୋଲାଇ,ରାଜକିଶୋର ଜେନା, କାଶିନାଥ ପୋଲାଇ ପ୍ରମୁଖ ଯୋଗଦେଇ ଉଦ୍ଘାଟନ କରିଥିଲେ । ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରସନ୍ନ କୁମାର ନାୟକ, ଶିକ୍ଷାବିତ୍ ଦେବେନ୍ଦ୍ର କୁମାର ମହାରଣା,ଯଜ୍ଞ ପ୍ରସାଦ ପଣ୍ଡା, ଟୁକୁନା ପ୍ରଧାନ ଭଗବାନ ପଣ୍ଡା, ଅମର ଜେନା, ଗଙ୍ଗାଧର ପଟ୍ଟନାୟକ, ଆରତ ବେହେରା,ପଞ୍ଚାନନ ବିଷୋୟୀ, କୁମାର ଜେନା,ରାଧାଶ୍ୟାମ ଗୌଡ଼, ସଞ୍ଜୟ ତରେଇ,ସିଦ୍ଧାର୍ଥ ଜେନା, ଦୁଷ୍ମନ୍ତ ପୋଲାଇ, ଶିକ୍ଷାବିତ୍ ଗୌରହରୀ ପୋଲାଇ,ଦିଲ୍ଲୀପ ପୋଲାଇ,ରାଜେଶ ଭୂୟାଁ, ସୁବ୍ରତ ଭୂୟାଁ, ରାମ ଚନ୍ଦ୍ର ଦାଶ, ଗୌରହରୀ ପଣ୍ଡା, ସନ୍ୟାସୀ ପ୍ରଧାନ, ପ୍ରଶାନ୍ତ ବେହେରା, ପ୍ରତାପ କୁମାର ପଟ୍ଟନାୟକ,ଶିବ ପ୍ରସାଦ ଜେନା,ପପୁ ପୋଲାଇ, ଜଗବନ୍ଧୁ ସାହୁ, ଜଗନ୍ନାଥ ପ୍ରଧାନ,ନିରଞ୍ଜନ ଭୂୟାଁ, ଏ.ପ୍ରଶାନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଶିବିର ପରିଚାଳନା ଦିଗରେ ସହଯୋଗ କରିଥିଲେ । ଏଥିସହିତ କାଳିମେଘି ଗ୍ରାମବାସୀ ମାନେ ପ୍ରମୁଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ । ଏମ୍ କେ ସି ଜି ରକ୍ତ ଭଣ୍ଡାର ପକ୍ଷରୁ ଡ଼ା ଭି. ଆଶ୍ରିତା,ଆଲୋକ ମହାନ୍ତି, ଚିନ୍ମୟ ବେହେରା,ମିସ୍ ଅଭିଲିଷ୍ପା ଚୌଧୁରି, ରାମହରି ପଣ୍ଡା,ଡମ୍ବୁରୁ,ଅମୂଲ୍ୟ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.