କାଳବୈଶାଖୀ ପ୍ରଭାବ,ରାସ୍ତା ଉପରେ ପଡିଲା ଗଛ, ଯାତାୟାତ ପ୍ରଭାବିତ ।

0 257

କୋଦଳା୨୬/୦୪(ପିପିଟି):ଶୁକ୍ରବାର ଅପରାହ୍ନରେ ହଠାତ ଝଡ଼ ବତାସ ର ପ୍ରଭାବରେ ବହୁ ଜାଗାରେ ଗଛ ପଡିବା ସହିତ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । କାଳବୈଶାଖୀର ପ୍ରଭାବ ରେ ପବନର ଗତି ଏତେ ଜୋର ଥିଲା ଯେ କୋଦଳା ଭୁବନେଶ୍ୱର ମୁଖ୍ୟ ରାସ୍ତାର ବେଗୁନିଆପଡା ବ୍ଲକ ଏସ ଛଚିନା ଠାରୁ ବେଲପଡା ମଧ୍ୟରେ ଏକ ବିରାଟ ବୃକ୍ଷ୍ୟ ଉପୁଡି ପଡିଥିଲା ଯାହା ଫଳରେ କିଛି ସମୟ ଗାଡି ଯିବା ଆସିବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଯୁବକ ଏବଂ ପଥ ଚାରୀଙ୍କ ପ୍ରଚେଷ୍ଟାରେ ଗଛ ସଫା କରାଯାଇ ଯାତାୟତ ସ୍ୱାଭାବିକ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ମେଘ ପବନ ଲାଗିରହିଥିବା ବେଳେ ବିଦ୍ୟୁତ ସାରାବରହ ଠପ ହୋଇଯାଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.