ଭଞ୍ଜନଗର, ୧୫/୧୨(ପିପିଟି) : ଶନିବାର ଅପରାହ୍ନ ସମୟରେ ଭଞ୍ଜନଗର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଗଞ୍ଜେଇ ଚାଲାଣ କରୁଥିବା ୨ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଥାନା ଅଧିକାରୀ କୁମର ମୁଦୁଲି,ଏଏସଆଇ ସୁଶାନ୍ତ କୁମାର ପଟ୍ଟନାୟକ,ହାବିଲଦାର ଦିଲ୍ଲୀପ କୁମାର ରାଉତ,କନେଷ୍ଟବଳ ସନ୍ତୋଷ ନାୟକ ଏବଂ ଅମିତ ବିଶ୍ୱାଳ ଖାରୀଗୁଡା ଟୋଲ ଗେଟ ନିକଟରେଗାଡି ଚେକିଂ କରୁଥିବା ବେଳେ ଫୁଲବାଣୀ ଆଡୁ ଗୋଟେ ହ୍ୟୁଣ୍ଡାଇ କ୍ରେଟା କାର ନଂ ଓଡ଼ି ୦୫ ଏବି ୭୫୭୫ ଆସୁଥିଲା।ହେଲେ ଉକ୍ତ ସ୍ଥାନରେ ପୋଲିସ ଚେକିଙ୍ଗ ଦେଖି ଗାଡିଟି ହଠାତ ବୁଲାଇ ପୁଣିଥରେ ଫୁଲବାଣୀ ଆଡେ ପଳାଇ ଯାଉଥିବା ବେଳେ ସେହି ଗାଡିକୁ ପୋଲିସ ଗୋଡ଼ାଇ ଧରିବାରେ ସକ୍ଷ୍ୟମ ହୋଇଥିଲା।ତାହାକୁ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା। ଆଜି ସକାଳେ ଭଞ୍ଜନଗର ତହସିଲଦାର ଏବଂ ସାକ୍ଷୀମାନଙ୍କ ଉପସ୍ଥିତିରେ ଉକ୍ତ ଗାଡି ଯାଞ୍ଚ କରିବାରେ ଅଖା ମଧ୍ୟରେ ଗାଡିର ଡ଼ିକିରେ ୫୦,୯୪୦ଗ୍ରାମ ଏବଂ ପଛ ସିଟରେ ୪୨,୪୮୦ଗ୍ରାମ ଗଞ୍ଜେଇ ବାହାରିଥିଲା।ଏଥିରେ ସମ୍ପୃକ୍ତ କନ୍ଧମାଳ ଜିଲ୍ଲା ଫୁଲବାଣୀ ଏଫସିଆଇ ଛକର ଅଜୟ ଦିଗାଲ ଏବଂ ପେଞ୍ଜି ସାହିର ପ୍ରମୋଦ କୁମାର ବେହେରାଙ୍କୁ ଗିରଫ କରାଯାଇଛି।ସେମାନେ ଉକ୍ତ ଗଞ୍ଜେଇକୁ ସାରଙ୍ଗଗଡ଼ ରୁ ଆଣି ବ୍ରହ୍ମପୁର ନେଉଥିବା ଜଣାପଡିଛି।ପୋଲିସ ଉକ୍ତ ଗାଡ଼ି ଓ ଗଞ୍ଜେଇ ଜବତ କରିବା ସହ ଏ ସଂକ୍ରାନ୍ତରେ ଭଞ୍ଜନଗର ଥାନା କେସ ନଂ ୧୨୧୨/୨୪ ଏକ ମାମଲା ରୁଜୁ କରି ଆସାମୀମାନଙ୍କୁ କୋର୍ଟ ଚାଲାଣ କରିଥିବା ଭଞ୍ଜନଗର ଆଇଆଇସି କୁମାର ମୁଦୁଲି କହିଛନ୍ତି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)