କାର ସହ ଗଞ୍ଜେଇ ଜବତ: ମହିଳାଙ୍କୁ କୋର୍ଟ ଚାଲାଣ ।

0 315

ଭଞ୍ଜନଗର, ୨୯/୦୫(ପିପିଟି) : ଆଗକୁ ନିର୍ବାଚନ ଥିବାରୁ ପୁଲିସ ପକ୍ଷରୁ ଚେକିଂ କଡ଼ାକଡ଼ି କରାଯାଇଛି।ଗୁରୁବାର ରାତିରେ ଭଞ୍ଜନଗର ଥାନା ଏସଆଇ ମୋହନ କଂହର ଏବଂ ଅନ୍ୟ ପୁଲିସ କର୍ମଚାରୀ ମାନେ ଆରିୟାନନ୍ଦ ଇଟା କାରଖାନା ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ମୁଜାଗଡ଼ ଆଡୁ ଗୋଟିଏ କାର ନଂ ଓଡ଼ି-୦୫ ୬୫୦୦ ଆସୁଥିବା ବେଳେ ହାଠାତ୍ ସାମ୍ନାରେ ପୁଲିସ ଗାଡିକୁ ଦେଖି ନିଜ ଗାଡି ଛାଡି ପଳାଇଗଲେ।ହେଲେ ସେହି ଗାଡ଼ିରେ ଥିବା ଜଣେ ମହିଳାଙ୍କୁ ଦେଖି ପୁଲିସର ସନ୍ଦେହ ହେବାରୁ ପେଟ୍ରୋଲିଙ୍ଗ ଟିମ ଗାଡିର ତଲାସୀ ନେବାରେ ସେଥିରେ ଗଞ୍ଜେଇ ଥିବା ଜଣା ପଡ଼ିଥିଲା। ଆଜି ସେହି ମହିଳାଙ୍କ ଠାରୁ ଜବତ ହୋଇଥିବା ଗଞ୍ଜେଇ ଓଜନ କରିବାରେ ୭୨କେଜି ୧୪୦ଗ୍ରାମ ଥିବା ଜଣାପଡ଼ିଛି।ଏଥି ସହ ଗୋଟେ ଫୋର୍ଡ଼ କାର ମଧ୍ୟ ପୁଲିସ ଜବତ କରି ଉକ୍ତ ମହିଳାଙ୍କୁ ଭଞ୍ଜନଗର ଥାନା କେସ ନଂ ୩୨୦/୨୪ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏ କେସ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କୁମାର ମୁଦୁଲି କହିଛନ୍ତି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.