କାର ସହ ଗଞ୍ଜେଇ ଜବତ;ଜଣେ ଗିରଫ ।

0 56

ବାଲିଗୁଡା,୨୬/୦୨(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡ଼ା ଥାନା ଅଧିନସ୍ଥ ସୁଡ୍ରା ଗ୍ରାମ ଠାରେ ଏସଆଇ ଦୀପକ ରାଉତ ଓ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ଏକ ସୁଇଫ୍ଟ ଡିଜେଆର କାର ନଂ. OR-08E-0008 କୁ ତନଖି କରିଥିଲେ । ସେହି ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖି ଗାଡ଼ିକୁ ଜବତ କରିଥିଲେ । ଗାଡ଼ିରେ ମୋଟ ୩୨କେଜି ୮ ସହ ଗ୍ରାମ ଗଞ୍ଜେଇ ଥିବା ସହ ଡ୍ରାଇଭରକୁ ଗିରଫ କରିଥିଲେ । ଗିରଫ ଡ୍ରାଇଭରର ନାମ ହେମନ୍ତ ଘଡେ଼ଇ ଘର କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନା ଡାଙ୍ଗବାହାଲ ଗ୍ରାମର ବୋଲି ଜଣାପଡିଛି । ଏ ନେଇ ଏକ ମାମଲା ନଂ.୩୯/୨୧ ରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ମାମଲାର ତଦନ୍ତ କରୁଥିବା ବିଷୟ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.