ମାଲକାନଗିରି ,୦୧/୦୨)ପିପିଟି) : ପ୍ରଥମ ଥର ପାଇଁ ଦେଖି ଵାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ତଙ୍ଗଗୁଡ଼ା ଗାଁ ର ଛେଳି ଚୋରି । ଦିନକୁ ଦିନ ଚୋରି କରିବାର ଚୋରଙ୍କ ନୂଆ କୌଶଳ ଦେଖିବକୁ ମିଳିଛି l ବାବୁ ଭଳିଆ ନାମି ଦାମୀ କାରରେ ଚାରି ଜଣ ମାଥିଲି ବ୍ଲକ ଅଧୀନସ୍ଥ ଭେଜାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ତଙ୍ଗଗୁଡ଼ା ଗ୍ରାମ ନିକଟ ସୁନା ବାହାଲ କଲୋନୀ ଠାରେ ମିକଚର, କୁରକୁରେ, କଦଳୀ, ମୁଢ଼ି ଦେଇ ଚାରିଟି ଛେଳି ଚୋରିକରି ନେଉଥିବା ବେଳେ କିଛି ଗାଁ ଲୋକେ ଓ ଛେଳି ମାଲିକ ରାମ ମୁଦୁଲି ସନ୍ଦେହ କରି କାର ନିକଟକୁ ଦଉଡ଼ି ଆସୁଥିବା ବେଳେ କାରଟି ଜୟପୁର ଠାରୁ ମାଲକାନଗିରି ୩୨୬ ନମ୍ବର ରାଜପଥ ଅଭିମୁଖେ ପଳାଇ ଯାଇଥିଲେ l କିନ୍ତୁ ଛେଳି ମାଲିକ ଓ କିଛି ଗାଁ ଲୋକେ ପ୍ରଥମେ ପୋଲିସ କୁ ଫୋନ କରି ମୋଟର ସାଇକେଲ ଯୋଗେ କାର କୁ ଦୀର୍ଘ ପନ୍ଦର କିଲୋମିଟର ପିଛା କରିବା ପରେ ଝାଟିଗୁଡା ଗ୍ରାମ ନିକଟରେ କାରଟିକୁ ଧରିଥିଲେ ।ତେବେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା ଠିକ ସମୟରେ ମାଲକାନଗିରି ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଯାଇଥିଲେ । ତେବେ କାରରୁ ତିନି ଜଣ ଚୋର ଖସି ଦଉଡ଼ି ପଳାଇ ଥିବା ବେଳେ ଜଣେ ଚୋରକୁ ଗାଁ ଲୋକ ମାନେ ଧରି ପକାଇ ଥିଲେ । ମାଲକାନଗିରି ପୋଲିସ କାର ଯାଞ୍ଚ କରିବା ପରେ ସେଥିରୁ ୪ ଟି ଛେଳି ଥିବାର ଦେଖିବାକୁ ପାଇଥିଲେ । ତେବେ ଛେଳି ଓ କାର ଜବତ କରି ଜଣେ ଚୋରକୁ ଗିରଫ କରି ଥାନାକୁ ଆଣି ପଚାରା ଉଚରା କରି ଜାଣିବାକୁ ପାଇ ଥିଲେ ଗିରଫ ଚୋର ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲ୍ଲାର କୁର୍ତ୍ତିବାସ ଜାନି ବୋଲି ଜଣା ପଡିଛି । ତେବେ ଚୋରି ହେଇଥିବା ୪ଟି ଛେଳିକୁ ଛେଳି ମାଲିକକୁ ପୋଲିସ ପକ୍ଷରୁ ହସ୍ତାନ୍ତର କରାଯାଇଲା ।
ଏହା ଦେଖି ମାଲକାନଗିରି ପୋଲିସ ଏମାନେ ଆଉ କେଉଁଠି ଛେଳି ଚୋରି କରିଛନ୍ତି କି ସେହି ସମ୍ପର୍କରେ ଅଧିକ ଜାଣିବାକୁ ତଦନ୍ତ ଚାଲୁ ରଖିଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ ପାଣ୍ଡ୍ରିପାଣି ନିକଟ ଜଙ୍ଗଲ ରୁ କାବୁକରି ଆଣି ଆଜି ସେମାନଙ୍କ ନାମରେ କେସ ନମ୍ବର ୧୦୩/୨୪ରେ ଏକ ମାମଲା ଋଜୁକରି କୋର୍ଟ ଚାଲାଣ କରିଥିବା କଥା ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି । ସମସ୍ତ ଚାରି ଜଣ ଅଭିଯୁକ୍ତ କୋରାପୁଟ ଅଞ୍ଚଳର ବୋଲି ଜଣା ପଡ଼ିଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)