ବୋଲଗଡ଼,୦୧/୦୫(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାଗରଗୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମହାଦେବ ପାଟଯୋସି ଙ୍କ ସେବା ନିବୃତ ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଯାହାକି ଚାକିରୀ ରୁ ଅବସର ନେଇ ଥିବାରୁ ତାଙ୍କୁ ସ୍କୁଲ୍ ପରିଚାଳନା କମିଟି, ସ୍କୁଲର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ କୃଷ୍ଣଚନ୍ଦ୍ର ବଳିୟାରସିଂହ ଙ୍କ ସଭା ପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକାରୀ ସଭାପତି ଓଷ୍ଠା ଯୋଗେଶ ଚନ୍ଦ୍ର ସାମନ୍ତ,ବ୍ଳକ ସିକ୍ଷାଅଧିକାରି ଗୋକୁଳ ଚନ୍ଦ୍ର ବଳବନ୍ତରାୟ,ବ୍ଳକ ଶିକ୍ଷା ଗୋଷ୍ଠୀ ସହ ଅଧିକାରୀ ପଦ୍ମନାଭ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସଂଯୋଜନା ଅତିଥି ପରିଚୟ ପ୍ରଦାନ ରସାନନ୍ଦ ପାତ୍ର କରିଥିଲେ।ସମ୍ମାନ ପାଠ ବସନ୍ତ କୁମାର ଉତ୍ତର କବାଟ କରିଥିଲେ। ଯୋଗ ଦେଇଥିବା ଅତିଥି ଓ ଛାତ୍ର ଛାତ୍ରୀ ମାନେ ପ୍ରଧାନ ଶିକ୍ଷକ ଙ୍କର ଜୀବନ କାହାଣୀ ବିଷୟରେ ଆଲୋକପାତ କରିଥିଲେ। ସଭା ଆରମ୍ଭ ପୁର୍ବରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ସଂଗୀତ ଗାନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଅତିଥି ମାନଙ୍କ ଦ୍ବାରା ପ୍ରଧାନ ଶିକ୍ଷକ ଙ୍କୁ ଉତ୍ତରୀୟ ସହିତ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା।ପରିଶେଷରେ ଶିକ୍ଷକ ରସାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)