କାର୍ଯ୍ୟରତ ପୁଲିସଙ୍କୁ ଦୁର୍ବ୍ୟବହାର ଓ ରାସ୍ତା ଅବରୋଧକୁ ନେଇ ୪ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ।

0 16

କଣ୍ଟାବାଞ୍ଜି,୨୫/୦୩:ତୁରେକେଲା ଛକ ଲାଠୋର ଯିବା ରାସ୍ତା ପୋଖରୀ ନିକଟରେ ମଙ୍ଗଳ ବାର ରାତି ପ୍ରାୟ୧୧ ଟା ସମୟରେ ୪ ଜଣ ଯୁବକ ମଦ୍ୟ ପାନ କରି ରାସ୍ତା ରେ ବାଇକ ଥୋଇ ରାସ୍ତା ଅବରୋଧ କରିବା ସହ,ପେଟ୍ରୋଲିଙ୍ଗ କରୁଥିବା ପୁଲିସଙ୍କୁ ଗାଳି ଗୁଲଜ ଦୁର୍ବ୍ୟବହାର ଘଟଣାକୁ ନେଇ ପୁଲିସ ଖରିଆର ଥାନା ଅନ୍ତର୍ଗତ ଜୁନାନୀ ଗାଁ ର ଲକ୍ଷ୍ମଣ ବାଗ(୨୫),ବରଷବାହାଳୀ ଗାଁ ର ତିନି ଜଣ କାନ୍ହା ବାଗ (୨୮),ତୁଳସୀ ବାଗ (୨୮),ବୁଦ୍ଧିସାଗର ମାଝୀ (୨୮)ଙ୍କୁ ଥାନାରେ ଅଟକ ରଖିବା ସହ, ସାଙ୍ଗରେ ଆଣିଥିବା ବାଇକ ହେରୋ ସ୍ପେଲେଣ୍ଡର ପ୍ଲୁସ ନମ୍ବର OD 03Z 1761କୁ ଜବତ କରିଛି। ସମସ୍ତ ଅଭିଯୁକ୍ତ ନାମରେ ଥାନା ରେ ଏକ ମାମଲା କେସ ନଂ ୫୯/୨୫.୦୩.୨୬ ରୁଜୁ କରିବା ସହ ଏମାନଙ୍କୁ କଣ୍ଟାବାଞ୍ଜି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଚାଲାଣ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ତଥା ପୁଲିସ ନିରୀକ୍ଷକ ରାକେଶ ବେହେରା ସୂଚନା ଦେଇଛନ୍ତି।

Leave A Reply

Your email address will not be published.