କୋଦଳା,୧୩/୧୧(ପିପିଟି):ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଧାଡ଼ିରେ ଯାଇ କୋଦଳା ସ୍ଥିତ ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବଙ୍କୁ ଦର୍ଶନ କରୁଛନ୍ତି । ଶାନ୍ତି ଶୃଙ୍ଖଳାର ଦର୍ଶନ ଲାଗି ମନ୍ଦିର ପ୍ରଶାସନ ସହ କୋଦଳା ପୋଲିସ ଓ ନୋଡାଲ ଉଚ୍ଚ ବିଦ୍ୟାଳୟ ସ୍କାଉଟ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ବାବା ଦଣ୍ଡିଶ୍ୱରଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଭିଡ଼ । ବିଶ୍ବାସ ରହିଛି କାର୍ତ୍ତିକ ସୋମବାରରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟିଜନ୍ମର ପୂଣ୍ୟଫଳ ମିଳିଥାଏ । ଏହି ବିଶ୍ବାସରେ କୋଦଳା ଅଞ୍ଚଳ ସହିତ ବହୁ ଦୁରଦୁରାନ୍ତ ରୁ ସକାଳୁ ସକାଳୁ ମଙ୍ଗଳ ଆଳତି ଠାରୁ ଶ୍ରଦ୍ଧାଳୁମାନେ ଆସି ବାବା ଶ୍ରୀ ଦଣ୍ଡିଶ୍ୱର ମହାଦେବ ଙ୍କୁ ଦର୍ଶନ କରିଥିବା ବେଳେ ସନ୍ଧ୍ୟା ବେଢା ପରିକ୍ରମାରେ ମଧ୍ୟ ଭିଡ଼ ଲାଗି ରହିଥିଲା । ସେହିପରି ସାଙ୍କୁଡ଼ା ଧବଳେଶ୍ୱର, ବେଗୁନିଆପଡା ସିଦ୍ଧେଶ୍ୱର, ବରିଡା ଅମରେଶ୍ୱର, ଶାଳବଣ ସିଦ୍ଧେଶ୍ୱର,ଫାସି ମାନିକେଶ୍ୱର ମହାଦେବଙ୍କ ମନ୍ଦିର ରେ ମଧ୍ୟ ଭକ୍ତଙ୍କ ପ୍ରବଳ ଭିଡ଼ ପାରିଲକ୍ଷିତ ହୋଇଥିଲା ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )