କାର୍ତ୍ତିକେଶ୍ୱର ପୂଜା ଶୁଭ ସ୍ତମ୍ବ ସ୍ଥାପନ ।

0 236

ଭଞ୍ଜନଗର, ୨୫/୧୦(ପିପିଟି):ଗତ କିଛି ବର୍ଷ ହେଲା ଭଞ୍ଜନଗର ସ୍ଥିତ ଭେଜିପୁଟ ବଡ଼ ଦାଣ୍ଡ ଠାରେ ପ୍ରଭୁ କାର୍ତ୍ତିକେଶ୍ୱରଙ୍କ ପୂଜା ବେଶ ଜାକ ଜମକରେ ଅନୁଷ୍ଠିତ ହେଉଛି।ଚଳିତ ବର୍ଷ ମଧ୍ୟ ବେଶ ଆଡମ୍ବର ସହକାରେ ପାଳନ କରିବାକୁ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।ଏହି ଅବସରରେ ଆଜି ରୀତିନୀତି ଅନୁସାରେ ଶୁଭ ସ୍ତମ୍ବ ସ୍ଥାପନ କରାଯାଇଛି।ଏଥିରେ କର୍ତ୍ତା ଭାବେ ମନୋଜ କୁମାର ବେହେରା ଦାୟିତ୍ୱ ସମ୍ପାଦନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଉପସ୍ଥିତ ଥିଲେ।ଆସନ୍ତା ମାସ ୧୧ରୁ ୧୬ତାରିଖ ପର୍ଯ୍ୟନ୍ତ କାର୍ତ୍ତିକେଶ୍ୱର ପୂଜା ଏବଂ ୧୭ରେ ଭାଷାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।ଏଥିସହ ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ଥିବା ଜଗନ୍ନାଥ ମନ୍ଦିରର ବିଭିନ୍ନ ସମସ୍ୟା ଓ ଉନ୍ନତିକରଣ ଉପରେ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବିଧାୟକ ଶ୍ରୀ ନାୟକ ଆଲୋଚନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୂଜା କମିଟି ସଭାପତି ସୁଶାନ୍ତ ଗୌଡ଼, ସମ୍ପାଦକ ଅନନ୍ତ ବିଷୋୟୀ,କୋଷାଧ୍ୟକ୍ଷ ନିରଜ କୁମାର ବେହେରା, ମାନସ ଜେନା,ଚିଦାନନ୍ଦ ସ୍ୱାଇଁ, ବିଶ୍ୱନାଥ ସ୍ୱାଇଁ,ପ୍ରମୋଦ ବିଷୋୟୀ, ରଞ୍ଜିତ ରାଉତ,ଅଶୋକ ସ୍ୱାଇଁ, ଭରତ ସ୍ୱାଇଁ, ଦିଲୀପ ମଲିକ,କାବୁ ସ୍ୱାଇଁ,ବଂଶୀଧର ସ୍ୱାଇଁ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.