କାଠ ଫାଳିଆରେ ମା’କୁ ପିଟି ପିଟି ମାରିଦେଲା ପୁଅ ।

0 216

ନୀଳଗିରି,୧୯/୦୨: ମା’କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ କାଠଫାଳିଆରେ ନୃଶଂସଭାବେ ହତ୍ୟା କରିଛି ପୁଅ । ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବ୍ଲକର ଜାମୁଡ଼ିହା ପଞ୍ଚାୟତ ଅଧୀନ ବାଘମରା ଗାଁର ବାବାଜୀ ସିଂଙ୍କ ସ୍ତ୍ରୀ କଙ୍କିମଣି(୪୮) ଆଜି ଅପରାହ୍ନରେ ସେହି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହ ଘର ଭିତରେ ଥିଲେ । କାମରୁ ଫେରି ସାନପୁଅ ଦୁର୍ଗା(୨୪) ଘରେ ପହଞ୍ଚିବା ଦେଖି ସମ୍ପୃକ୍ତ ବ୍ୟକ୍ତି ଜଣକ ଦୌଡ଼ି ପଳାଇଥିଲ । ପରକୀୟା ପ୍ରୀତିକୁ ସନ୍ଦେହ କରି ସାନପୁଅ ଦୁର୍ଗା ତା’ ମା’କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ କାଠଫାଳିଆରେ ପିଟି ହତ୍ୟା କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ମା’ର ଚୁଟିକୁ ଘୋଷାଡ଼ି ଘର ଅଗଣାରେ ପକାଇ ଦେଇ ଶବ ପାଖରେ ଜଗି ବସିଥିଲା । ଖବର ପାଇ ସନ୍ଧ୍ୟାରେ ନୀଳଗିରି ଏସ୍‍ଡିପିଓ ପ୍ରମୋଦ ମଲିକ, ସବଇନ୍ସପେକ୍ଟର ସୁବର୍ଣ୍ଣ ବେହେରା, ଏଏସଆଇ ଅନନ୍ତ ମୁର୍ମୁ ପ୍ରମୁଖ ସେଠାରେ ସଦଳବଳେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛନ୍ତି । ଏନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.