କୋଦଳା,୨୬/୦୩(ପିପିଟି):ହିମ୍ୟୁନିଟି କାଜୁ ଫ୍ଯାକ୍ଟ୍ରିରେ ନିଆଁ ଲଗାଇ ଦେଲେ ଦୁବୃର୍ତ୍ତ। ଜଳିଗଲା କୋଟି କୋଟି ଟଙ୍କାର ମେସିନ୍ ଓ କଞ୍ଚାମାଲ। ଗଞ୍ଜାମ ବେଗୁନିଆପଡ଼ା ଥାନା ଅନ୍ତର୍ଗତ ତାଳସର ଠାରେ ଏକ କାଜୁ ଫ୍ଯାକ୍ଟ୍ରିରେ ନିଆଁ ଲଗାଇ ଦେଲେ ଦୁବୃର୍ତ୍ତ। ଗତ ବିଳମ୍ବିତ ରାତିରେ ନିଆଁ ଲାଗିଥିବା ବେଳେ ନିଆଁର ପ୍ରକୋପ ଜଣା ପଡି ନଥିଲା। ଆଜି ସକାଳେ ଜଣା ପଡିବା ପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। କୋଦଳା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ କୋଟି କୋଟି ଟଙ୍କାର ମେସିନ୍ ଓ କଞ୍ଚାମାଲ ଜଳିପୋଡ଼ି ନଷ୍ଟ ହୋଇ ଯାଇଛି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁବୃର୍ତ୍ତ ମାନେ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ଫ୍ଯାକ୍ଟ୍ରିରେ ତାଲା ପଡିଥିବା ବେଳେ ତାଲା ଭାଙ୍ଗି ନିଆଁ ଲଗାଇ ଦେଇଛନ୍ତି ଦୁବୃର୍ତ୍ତ। ସୂଚନା ମୁତାବକ ପୂର୍ବରୁ ମଧ୍ୟ ଏହି ଫ୍ଯାକ୍ଟ୍ରିରେ ଲୁଟ୍ କରିବା ସହ ଅତି ଅମାନୁଷିକ ଭାବେ ଫ୍ଯାକ୍ଟ୍ରିରେ ଥିବା ୩ ଟି କୁକୁରକୁ ବିଷ ଦେଇ ମାରି ଦେଇଥିଲେ ଦୁବୃର୍ତ୍ତ। ଘଟଣା ସ୍ଥଳରେ ବେଗୁନିଆପଡ଼ା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଫ୍ଯାକ୍ଟ୍ରିର ମାଲିକ ସୁଜାତା କୁମାରୀ ଜେନା ଏନେଇ ବେଗୁନିଆପଡ଼ା ଥାନାରେ ଏତଲା ଦେଇଛନ୍ତି।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)