କାଜୁ ଜଙ୍ଗଲ ଲିଜ୍ କୁ ନେଇ ସଂଘବଦ୍ଧ ଆକ୍ରମଣ , ବୋମାମାଡ଼ରେ ଜଣେ ମୃତ,ତିନି ଆହାତ ।

0 1,555

କୋଦଳା ,(ପିପିଟି ନ୍ଯୁଜ୍)୨୦/୦୪-ସୋମବାର କୁମାରୀ ପାରି (୧)କାଜୁ ଜଙ୍ଗଲ ଲିଜ଼୍ କୁ ନେଇ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖୀଡିଙ୍ଗି ଠାରେ ସଂଘବଦ୍ଧ ଆକ୍ରମଣ ରେ ଜଣେ ଯୁବକ ଙ୍କ ମୃତୁ ଘଟିଥିବା ବେଳେ ଆଉ ତିନି ଜଣଆହତ ହୋଇ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ  ହେଉଥିବା ଜାଣିବାକୁ ମିଳିଛି |ପୂର୍ବରୁ ଏହି ଜଙ୍ଗଲ ଉକ୍ତ  ଗୋଷ୍ଠି ହାତରେ ଥିବା ବେଳେ ବର୍ତ୍ତମାନ ସୁମୁଣ୍ଡଳ ଅଂଚଳ ର କିଛି ଲୋକ ଓଡିଶା କାଜୁ ନିଗମ ଅଧୀନରେ ଥିବା ଏହି ଜଙ୍ଗଲ କୁ ଲିଜ଼୍ ସୂତ୍ରରେ ନେଇଥିଲେ | ଯାହାଫଳରେ ଉକ୍ତ କାଜୁ ଜଙ୍ଗଲ କୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକା ପଞ୍ଝା ଲାଗିରହିଥିଲା | ତେବେ ସୋମବାର ବେଗୁନିଆପଡା ବ୍ଲକ  ଅନ୍ତର୍ଗତ ବଡ ଖଇରୀଖମା ପଂଚାୟତର ଗୁଂଜବାଳା ଗ୍ରାମର ଯୋଗୀ ବିଶ୍ୱାଳ ଙ୍କ ପୁଅ ପ୍ରଭାକର ବିଶ୍ୱାଳ (୪୦) ତାଳସର ଗ୍ରାମର ବଇଁଶୀ ରାଉତ ଙ୍କ ପୁଅ ଅଶୋକ ରାଉତ (୪୩ ), ସନିଆ ଜେନା , ଲକ୍ଷ୍ମଣ ପ୍ରଧାନ ଉକ୍ତ ଖିଡିନ୍ଗି ଜଙ୍ଗଲ କୁ ଭାଲିଆ ସଂଗ୍ରହ କରିବା ପାଇଁ ଯାଇଥିଲେ | ଯାହାଫଳରେ ସେହି ଜଙ୍ଗଲ ରେ ରହିଆସୁଥିବା ଲୋକ ମାନେ ପ୍ରତିକ୍ରିୟାଶୀଳ ହୋଇଥିଲେ । ନିଳାଞ୍ଚଳ ବିଶ୍ବାଳଙ୍କ ଏତଲା ପ୍ରକାରେ ମୃତ ଓ ଆହାତ ବ୍ୟକ୍ତି କାଜୁ ସଂଗ୍ରହ କରୁଥିବା ସମୟ ରେ ଉକ୍ତ ଅଞ୍ଚଳ ର ବହୁ ଲୋକ ବିଭିନ୍ନ ମାରଣାସ୍ତ୍ର ଧରି ହଠାତ ସଂଘବଦ୍ଧ ଭାବେ ଆକ୍ରମଣ କରି ବୋମାବର୍ଷଣ କରିଥିଲେ  ଫଳରେ ପ୍ରଭାକର ବିଶ୍ୱାଳ ବୋମା ମାଡ଼ରେ ଗୁରୁତର ଆହାତ ହୋଇଥିବା ବେଳେ  ଅନ୍ୟତିନି ମଧ୍ୟ ଆହତ ହୋଇଠିଲେ । ସେମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇଥିଲେ ମଧ୍ୟ ପ୍ରଭାକର କୁ ଡାକ୍ତର ମ୍ରୁତ ଘୋଷଣା କରିଥିଲେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ  | ଖବର ପାଇ  ଘଟଣା ସ୍ଥଳରେ ଆରକ୍ଷୀ ଅଧିକ୍ଷ୍ଯକ ବ୍ରିଜେଶ କୁମାର ରାୟ , ପୁରୁଷୋତ୍ତମପୁର ଏସଡ଼ିପିଓ ସୀମା ସ୍ବାଇଁ, କୋଦଳା ତହସିଲଦାର ପ୍ରଭାତ କୁମାର ପରିଡ଼ା,ଥାନା ଅଧିକାରୀ ଦେବାଶିଷ ମହାନ୍ତି, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରା,ସବଇନିସପେକ୍ଟର ଅନୀଲ କୁମାର ସାହୁ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳ ରେ ପହଞ୍ଚି ଅନୁସନ୍ଧାନ କରିବା ସହିତ ବୋମାରେ ବ୍ୟବହୃତ  ସୁତୁଲି ଉଦ୍ଧାର କରିଥିଲେ ଏବଂ ଏଥିରେ ପାଞ୍ଚଗୋଟି ବୋମା ବ୍ୟବହାର ହୋଇଥିବା ତଦନ୍ତ ରୁ ଜଣାପଡ଼ିଛି । ତଦନ୍ତ ଚାଲୁ ରହିଛି ଖୁବଶୀଘ୍ର ଅଭିଯୁକ୍ତକୁ ଧରାପଡିବେ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।କୋଦଳା ଥାନା କେଶ ନମ୍ବର ୧୧୮/୨୦୨୦ ରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.