କାଙ୍ଗୁରକୋଣ୍ଡା ବ୍ରିଜରେ ୫ ଫୁଟ ପାଣି ପ୍ରବାହିତ, ଗମନାଗମନ ବିଚ୍ଛିନ୍ନ ।

0 202

ମାଲକାନଗିରି ,୦୨/୦୯(ପିପିଟି):ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥ ପରେ ଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ମାଲକାନଗିରି – କାଲିମେଳା ଏବଂ ମୋଟୁ ସହ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓ ତେଲାଙ୍ଗାନାକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆଜି ସକାଳ ବ୍ରହ୍ମମୁହୂର୍ତ୍ତରୁ‌ ଜଳ ପତ୍ତନ ବୃଦ୍ଧି ପାଇ କାଙ୍ଗୁରକୋଣ୍ଡା ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ଉଭୟ ପାର୍ଶ୍ଵରେ ଯାତ୍ରୀବାହୀ ଗାଡି ଟ୍ରକ ଆଦି ଯାନବାହନ ଗୁଡିକ ଅଟକି ରହିଛି। ମାଲକାନଗିରି ସହିତ ମୋଟୁ, କାଲିମେଳା, ଆନ୍ଧ୍ର, ତେଲେଙ୍ଗାନା ରୁ ଆସୁଥିବା ଗାଡିଗୁଡିକ କାଙ୍ଗୁରକୋଣ୍ଡା ପାର୍ଶ୍ବରେ ଅଟକି ରହିଛି। ସେହିପରି
ମାଲକାନଗିରି ରୁ କାଲିମେଳା ଅଭିମୁଖେ ଯାଉଥିବା ଯାନବାହାନ ଗୁଡ଼ିକ ଅଟକି ବ୍ରିଜ୍ରର ଏକ ପାର୍ଶ୍ଵରେ ରହିଛି। ଏହା ବ୍ୟତିତ ସରକାରୀ କର୍ମଚାରୀମାନେ ମଧ୍ୟ ନିଜର ନିଜର କାର୍ଯ୍ୟାଳୟ କୁ ଯାଇନ ପାରି ନିଜ ଘରକୁ ଫେରୁଥିବା ଜଣା ପଡିଛି। ବାଇକ୍ ଓ ସ୍କୁଟର ଚାଳକମାନେ ମଧ୍ୟ ରାସ୍ତା ଅତିକ୍ରମ କରି ପାରିନଥିଲେ। ପୋଲିସ ଉଭୟ ପାର୍ଶ୍ବରେ ନାଲି ଫିତା ଟାଣି ସୁରକ୍ଷା କୌଣସି ଲୋକମାନଙ୍କୁ ଯାତାୟତ ପାଇଁ ବାରଣ କରିଛି । ଅନ୍ୟ ପକ୍ଷରେ ୫ କିମି ବ୍ୟାପି ବନ୍ୟା ଜଳ ଧାନ ଫସଲକୁ ମାଡି ଯିବା ଫଳରେ ବାଲିଚର ହୋଇ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଯେତେ ଥର ବର୍ଷା ହେଉଛି,ତଳୁଆ ବ୍ରିଜ୍ ହେତୁ ଗମନାଗମନ ବିଛିନ୍ନ ହୋଇ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ନୂତନ ହାଇ ଲେଭେଲ ବ୍ରିଜକୁ ଦୀର୍ଘ ୪ ବର୍ଷ ବିତିଯାଇଥିଲେ ମଧ୍ଯ କାମ ଅଧାପନ୍ତରିଆ ହୋଇ ପଡି ରହିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.