ମାଲକାନଗିରି,୧୬/୦୪(ପିପିଟି) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଅନ୍ତର୍ଗତ କାଙ୍କେର ଜିଲ୍ଲା ର ଛୋଟ ବେଠିଆ ମାଡ଼ ଅଞ୍ଚଳରେ ଯବାନ ଓ ନକ୍ସଲଙ୍କ ମଧ୍ୟ ରେ ଗୁଳିବିନିମୟ ହେବା ଫଳରେ ୨୯ ଜଣ ନକ୍ସଲ ମୃତ୍ୟୁ ବରଣ କରିଥିବା ବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କ ଶବ ଯବାନ ମାନେ ସଂଗ୍ରହ କରିଛନ୍ତି। ଏହା ବ୍ୟତୀତ ବିଏସଏଫ ଇନ୍ସପେକ୍ଟର ସମେତ ତିନିଜଣ ଯବାନ ଆହାତ ହୋଇ ଥିବା ସୂଚନା ମିଳିଛି।
ବିଶ୍ବାସ୍ତ ସୂତ୍ରରୁ ଖବର ପାଇ ବିଏସଏଫ ଯବାନ ଓ ଡିଜିଆର ଯବାନମାନେ ନକ୍ସଲ ଅଞ୍ଚଳରେ ପହଞ୍ଚି ଥିଲେ। ଯବାନ ମାନଙ୍କୁ ଦେଖ ନକ୍ସଲ ମାନେ ଗୁଳି ବର୍ଷଣ କରି ଥିଲେ। ଯବାନ ମାନେ
ତତ୍ କ୍ଷଣାତ ନକ୍ସଲ ମାନଙ୍କୁ ପାଲଟା ଗୁଳି ବିନିମୟ କରି ଥିଲେ। ଦନ୍ତେୱାଡାର ଏହା ଏକ ବଡ଼ ଧରଣର ଏନକାଉଣ୍ଟର। ଯବାନ ମାନଙ୍କ ଗୁଳି ବିନିମୟ ରେ ୨୯ ଜଣ ନକ୍ସଲ ମୃତ୍ୟୁ ବରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୮ ଜଣ ନକ୍ସଲ ଙ୍କ ଶବ ଯବାନ ମାନେ ସଂଗ୍ରହ କରିଛନ୍ତି। ଘଟଣା ସ୍ଥଳରୁ ୫ଏକେ-୪୭ ରାଏଫଲ ବନ୍ଧୁକ ଓ ମାଓ ସାମଗ୍ରୀ ଯବତ କରାଯାଇଛି। ୨୦ ଅଧିକ ନକ୍ସଲ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ କାଙ୍କେର ଜିଲ୍ଲା ରେ ୨ୟ ଚରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରି ସାରିଛନ୍ତି।କାଙ୍କେର ଜିଲ୍ଲା ରେ ୨୬ ଏପ୍ରିଲ ରେ ମତଦାନ ହେବ। ଆସନ୍ତା ୧୯ ଏପ୍ରିଲ ରେ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ସମସ୍ତ ପୁଲିଂ ପାର୍ଟି ପୁଲିଂ ବୁଥ୍ ଅଭିମୁଖେ ଯାତାୟତ କଲେଣି। ଭୋଟ ପ୍ରକ୍ରିୟାକୁ ପ୍ରତିବନ୍ଧକ ସୃଷ୍ଟି ପାଇଁ ନକ୍ସଲମାନେ ପଦକ୍ଷେପ ନେଇଥିବା ବେଳେ ଯବାନଙ୍କ ଗୁଳିରେ ୨୯ ନକ୍ସଲ ଟଳିପଡିଥିବା
ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)