କହୁଛେ ପଖାଳ କଂସା, କିନ୍ତୁ ହଜିଗଲାଣି କଂସା ବେଲା।

0 0

ବୋଲଗଡ଼,୨୦/୦୩(ସୁଶାନ୍ତ କୁମାର ପ୍ରଧାନ):ସାଧାରଣ ଆମ ଓଡ଼ିଆ ଘରେ ପଖାଳ କଂସା ରୁପେ ପରିଚିତ କଂସା ବେଲାରେ ପଖାଳ ଖାଇବାକୁ କୁ ହିଁ ଜାଣିଥାଉ, ବର୍ତ୍ତମାନ ସମୟରେ ପଖାଳ ଭାତ ଅଛି କିନ୍ତୁ କଂସା ବେଲା ନାହିଁ, ପୂର୍ବକାଳରେ ପଖାଳ ଖାଇବା ଲାଗି କଂସା ବାସନର ବ୍ୟବହାର କରାଯାଉଥିଲା। କୁହାଯାଏ ସେଥିରେ କଂସା ବେଲାରେ ପଖାଳ ଖାଇବା ଦ୍ଵାରା ଶରୀରରେ ରୋଗପ୍ରତିଧକ ଶକ୍ତି ବୃଦ୍ଧି ପାଇଥାଏ। ସଂସ୍କୃତରେ ଗୋଟିଏ କଥା ଅଛି ‘କଂସକମ୍ ବଳ ବର୍ଦ୍ଧକମ’ ଭୋଜନ ପାଇଁ କଂସାର ତିଆରି ପାତ୍ର ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ହିତକର। କଂସା ଧାତୁ ଆମର ବଳବୃଦ୍ଧି କରାଏ।
କେଉଁ କାଳରୁ କଂସା ବାସନ ଆମ କଳା,ସଂସ୍କୃତି, ଐତିହ ସହିତ ଜଡିତ । କଂସାର ବାସନ କୁସନ ଦେଖିବାକୁ ଯେଉଁଭଳି ଆକର୍ଷଣୀୟ,ବିଶ୍ୱାସ କରାଯାଏ ଏହାର ଔଷଧିୟ ଗୁଣ ବି ସେହିଭଳି । ସେଇଥିପାଇଁ କଂସା ବାସନର ଚାହିଦା କାହିଁରେ କଣ ଥିଲା । ସମୟ ଥିଲା ଲୋକେ ଦିନେ କଂସା ବେଲାରେ ପଖାଳଭାତ ଖାଉଥିଲେ,କଂସା ଗିନାରେ ଡାଲି,ତରକାରି ଖାଉଥିଲେ। କଂସା ବେଲାରେ ବାସି ପଖାଳ ଖାଇବାର ମଜା ନିଆରା ଥିଲା। ବିଶ୍ୱାସ କରାଯାଏ କଂସା ବାସନରେ ଖାଇ ଲୋକେ ସୁସ୍ଥ ଜୀବନ ଯାପନରେ ରହୁଥିଲେ। ବର୍ତ୍ତମାନ ସମୟରେ ଷ୍ଟିଲ,ପ୍ଲାଷ୍ଟିକ ଓ ଆଲୁମିନିୟମ ବାସନ କୁସନର ବ୍ୟବହାର ଯୋଗୁଁ ଓଡ଼ିଆ ଘରୁ କଂସା ବାସନ ପ୍ରାୟତଃ ହଜିଗଲାଣି। କେବଳ ପାରମ୍ପାରିକ ପୂଜା ବିଧି ପାଇଁ କଂସାଯାତିୟ ସାମଗ୍ରୀ ସୀମିତ ହୋଇ ରହିଛି। ଯେଉଁ ଦିନ ପ୍ରତେକ ଓଡ଼ିଆ ଘରେ ଗୋଟିଏ ପଖାଳ କଂସା ବା କଂସା ନିର୍ମିତ ବେଲା ରହିବ ତେବେ ଆମକୁ ଆମେ ଓଡ଼ିଆ ଘରର ପ୍ରତୀକ ଭାବରେ ନେଇ ପାରିବା।

Leave A Reply

Your email address will not be published.