କଳିଙ୍ଗ ଟିଭ ସାମ୍ବାଦିକଙ୍କ ପିତା ଟାଟାଏସି ଧକ୍କାରେ ମୃତ ।

0 271

ହିଞ୍ଜିଳିକାଟୁ,୨୮/୦୧(ପିପିଟି) ହିଞ୍ଜିଳିକାଟୁ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଡାଲା ଟାଟାଏସି ଧକ୍କାରେ ସ୍କୁଟି ଚାଳକ ତଥା କଳିଙ୍ଗ ଟିଭ ସାମ୍ବାଦିକଙ୍କ ବାପାଙ୍କ ମୃତ୍ୟୁ ହୋଇଛି । ମୃତ ଜଣକ ହେଲେ ହିଞ୍ଜିଳିକାଟୁ ପୋୖର ପରିଷଦ ସ୍ଥିତ ପାଟଣା ସାହିର ତ୍ରିଲୋଚନ ପାତ୍ର ବୟସ ପ୍ରାୟ ୬୨ । ସୂଚନା ଥାଉକି ମଙ୍ଗଳବାର ଦିନ ତ୍ରିଲୋଚନ ପାତ୍ରଙ୍କ ପୁତ୍ର ବିବାହ ଉତ୍ସବ ଭୋଜିକାର୍ଯ୍ୟ ସନ୍ଧ୍ୟା ସମୟରେ ରହିଥିଲା। ସୋଭିକ ହୋଟେଲରେ ହୋଇଥିବା ଭୋଜି ଆୟୋଜିତ କାର୍ଯ୍ୟରେ ତଦାରଖ ପାଇଁ ସେ ଘରୁ ସ୍କୁଟି ନେଇ ବାହାରି ଥିଲେ । ୫୯ ଜାତୀୟ ରାଜପଥ ସୋଭିକ ହୋଟେଲ ଛକ ନିକଟରେ ଏକ ଡାଲା ଟାଟାଏସି ଗାଡି ଓଡ଼ି ୦୭ ଏଚ ୧୧୦୫ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଯାହା ଫଳରେ ସ୍କୁଟି ଚାଳକ ତ୍ରିଲୋଚନ ଘୋଷାଡି ହୋଇ ଯାଇ ଛିଟିକି ପଡ଼ିଥିଲେ । ଟାଟାଏସି ଭାରସାମ୍ୟ ହରାଇ ଏକ ନାଳ ମଧ୍ୟରେ ପସିଯାଇଥିଲା। ସ୍ଥାନୀୟ ଜନସାଧାରଣ ଡ୍ରାଇଭରଙ୍କୁ ଗାଡିମଧ୍ୟରୁ ବାହାରକରିବା ସହ ଘଟଣା ସ୍ଥଳରୁ ତ୍ରିଲୋଚନଙ୍କୁ ଉଦ୍ଧାର କରି ଉଭୟଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତ୍ରିଲୋଚନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ବ୍ରହ୍ମପୁର ବଡ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ । ବ୍ରହ୍ମପୁର ବଡ଼ ମେଡିକାଲ କିଛି ସମୟ ପରେ ତ୍ରିଲୋଚନଙ୍କ ପ୍ରାଣବାୟୁ ଚାଲି ଯାଇଥିବା ଉପସ୍ଥିତ ଡାକ୍ତର କହିଥିଲେ । ଏହି ଦୁଃଖଦ ଖବର ପାଇଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ୍ -ଅଜିତ କୁମାର ପଟ୍ଟନାୟକ

Leave A Reply

Your email address will not be published.