ଭଞ୍ଜନଗର, ୦୭/୧୧(ପିପିଟି ):କେତେବେଳେ ଭୁସ୍ଖଳନ ତ କେତେବେଳେ ଦୁର୍ଘଟଣା ଏଥିରୁ ଜଣାପଡୁଛି ଗଞ୍ଜାମ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟି କେତେ ସୁରକ୍ଷିତ।ଗତ ପ୍ରାୟ ୨ମାସ ଘାଟି ରାସ୍ତା ବନ୍ଦ ଯୋଗୁଁ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା।କିଛି ଦିନ ହେବ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇ ଦୁଇ ଓ ଚାରି ଚକିଆ ଯାନବାହନ ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି।ହେଲେ ଏହାକୁ ଅମାନ୍ୟ କରି କିଛି ଭାରୀ ଯାନ ବର୍ତ୍ତମାନ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି।ସେଥି ମଧ୍ୟରେ ଆଜି ଭୋର ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ ବରଗଡ଼ ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଅନ୍ଧାର କୋଟି ନିକଟରେ ବ୍ରେକ ଫେଲ ଯୋଗୁଁ ଓଲଟି ପଡ଼ିଥିଲା।ଫଳରେ ଆସ୍କା ବାବନ ପୁର ଅଞ୍ଚଳର ଜଣେ ମହିଳା ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଅବସ୍ଥାରେ ଭଞ୍ଜନଗର ଓ ଜି ଉଦୟଗିରି ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)