ଭଂଜନଗର ,୨୯/୧୦(ପିପିଟି): କଳିଙ୍ଗା ଘାଟିରୁ ପୁଣି ଖସିଲା, ସାମାନ୍ୟ ମାଟି ଅତଡା । ହେଲେ ନିର୍ମାଣ ହୋଇଥିବା ସିମେଣ୍ଟ କଂକ୍ରିଟ ରାସ୍ତାର, କିଛି କ୍ଷତି ହୋଇନଥିବା ଜଣାପଡିଛି । ଗଂଜାମ – କନ୍ଧମାଳ ଜିଲ୍ଲା ସୀମାନ୍ତ ତଥା କଳିଙ୍ଗା ଘାଟିରେ, ବାତ୍ୟା ମୋନ୍ଥାର କୌଣସି ପ୍ରଭାବ ପଡି ନଥିବା ବେଳେ, ଗତ ମଙ୍ଗଳବାର ଦିନ ଝିପିଝିପି ବର୍ଷା ଲାଗି ରହିଥିଲା। ବୁଧବାର ଦିନ ମଧ୍ୟ ବର୍ଷା କିଛି ସମୟ ବ୍ୟବଧାନରେ ବର୍ଷା ଲାଗି ରହିଥିଲା । ତେବେ ବାତ୍ୟା ଯୋଗୁଁ ଘାଟି ରାସ୍ତା ନିରାପଦ ନଥିବାରୁ ଦୁଇଦିନ ପୂର୍ବରୁ ଘାଟିର ତଳ ମୁଣ୍ଡରେ ରହିଥିବା ଦୂର୍ଗାପ୍ରସାଦ ଠାରେ, ଗଂଜାମ ଭଂଜନଗର ପ୍ରଶାସନ ପକ୍ଷରୁ ଲୁହା ବେରିକେଡ୍ ପକାଇ, ରାସ୍ତା ସିଲ୍ କରାଯାଇଥିଲା । ସେହିଭଳି ଘାଟିର ଉପର ଭାଗରେ ରହିଥିବା କଳିଙ୍ଗା ଠାରେ ମଧ୍ୟ, ରାସ୍ତା ସିଲ୍ କରି ପୋଲିସ୍ ଜଗି ରହିଥିଲା। ତେବେ ଲଗାଣ ବର୍ଷା ଯୋଗୁଁ, ଘାଟିରେ ପୂର୍ବରୁ ଭୂସ୍ଖଳନ ହୋଇଥିବା ସ୍ଥାନରେ ସାମାନ୍ୟ ମାଟି ଅତଡା ଖସିଥିବା ଦେଖିବାକୁ ମିଳିଛି । ସେଠାରେ ଅସ୍ଥାୟୀ ରାସ୍ତା ପାଇଁ , ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା । ତେବେ ସିମେଣ୍ଟ କଂକ୍ରିଟ ରାସ୍ତାର କୈ।ଣସି କ୍ଷତି ହୋଇନଥିବା ଜଣାପଡିଛି ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)