କଳା ସହ ବିଭିନ୍ନ ସେବା ଯୋଗାଇବ ତୋଫାନ କଳା ସଂସଦ ।

0 198

ଭଞ୍ଜନଗର, ୦୯/୦୩(ପିପିଟି):ଦିନକୁ ଦିନ ମଞ୍ଚ ନାଟକ ଲୋପ ପାଇବାରେ ଲାଗିଛି।ଏବେ ଆଉ କୌଣସି ରଙ୍ଗମଞ୍ଚରେ ଡ୍ରାମା ଦେଖିବାକୁ ମିଳୁନାହିଁ।ଆଧୁନିକତାର ଦ୍ୱାହି ଦେଇ ସମସ୍ତେ ଖୋଲା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରତି ଆକୃଷ୍ଟ ହୋଇ ଯାତ୍ରା ନାଟକକୁ ଅଧିକ ଗୁରୁତ୍ୱ ଦେଉଛନ୍ତି।ଯାହା ଫଳରେ ଗଞ୍ଜାମର ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ନେଇ ପ୍ରସିଦ୍ଧ ଦଣ୍ଡଯାତ୍ରାରେ ମଧ୍ୟ ପାରମ୍ପରିକ ନାଟକ ଠାରୁ ନିବୃତ୍ତ ହୋଇ ସଂପ୍ରତି ପରିବର୍ତ୍ତନଶୀଳ ଯୁଗରେ ସମସ୍ତେ ଡିଜିଟାଲ ଦୁନିଆ ଆଡକୁ ମୁହାଁଇଛନ୍ତି। ଧିରେ ଧିରେ ମନୋରଞ୍ଜନର ମାଧ୍ୟମ ବି ମୋବାଇଲ,ଟିଭି ଭଳି ଯନ୍ତ୍ର ଉପରେ ନିର୍ଭର ଶୀଳ ହେବାରେ ଲାଗିଛନ୍ତି। ଏଭଳି ପରିସ୍ଥିତିରେ ମଞ୍ଚ ନାଟକ ଧୀରେ ଧୀରେ ନିଜର ସତ୍ତା ହରାଇବାକୁ ବସିଲାଣି। ଯଦ୍ବାରା ନୂତନ କଳାକାର ସୃଷ୍ଟି ଓ ପ୍ରତିଭାବାନ କଳାକାର ମାନେ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହେଉଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଉପକଣ୍ଠ ଲଣ୍ଡେଇ ସାହିରେ ଥିବା ‘ତୋଫାନ କଳା ସଂସଦ’ ପକ୍ଷରୁ ପୁଣିଥରେ ମଞ୍ଚ ନାଟକକୁ ପୁର୍ନଜୀବିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସଂସଦ ପକ୍ଷରୁ କିଛି ପୁରୁଣା ଓ ନୂଆ କଳାକାରଙ୍କୁ ସଙ୍ଗଠିତ କରି ନାଟକ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ଏହି ଅନୁଷ୍ଠାନର କଳାକାର ମାନେ ଆସନ୍ତା ଦୋଳ ପୂର୍ଣ୍ଣିମା ଅବସରରେ ମଞ୍ଚନାଟକ ‘ହଜି ଯାଇଛି, ମୁଁ ମୋ ଭିତରେ’ ପରିବେଷଣ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ତେଣୁ ନାଟକ କିଭଳି ଅଧିକ ଆଦୃତ ହେବ ସେଥିପାଇଁ କଳାକାର ମାନେ ବର୍ତ୍ତମାନ ଦୈନନ୍ଦିନ ସନ୍ଧ୍ୟା ସମୟରେ ନାଟକ ଅଭ୍ୟାସରେ ଲାଗି ପଡିଛନ୍ତି।ପ୍ରକାଶ ଥାଉକି ତୋଫାନ କଳା ସଂସଦ ଦୀର୍ଘ ୩୦ବର୍ଷ ହେଲା ସ୍ଥାନୀୟ କଳାକାରଙ୍କୁ ନେଇ ପ୍ରତିଷ୍ଠା ହୋଇଥିଲା। ଅନୁଷ୍ଠାନର ମୂଳ ଲକ୍ଷ୍ୟ ଥିଲା ସାମାଜିକ ଚାଲି ଚଳନକୁ ନେଇ ନାଟକ ପରିବେଷଣ କରିବା ଏବଂ ଲୋକଙ୍କୁ ବିଭିନ୍ନ ସମସ୍ୟା ବିଷୟରେ ସଚେତନ କରିବା।ତେଣୁ ବର୍ଷର ବିଭିନ୍ନ ସମୟରେ ନାଟକ ପରିବେଷଣ ହେଉଥିଲା। ଏଭଳି କିଛି ବର୍ଷ ନାଟକ ପରିବେଷଣ ପରେ ବିଭିନ୍ନ କାରଣ ଯୋଗୁଁ ତାହା ପ୍ରାୟ ୧୫ ରୁ ୨୦ ବର୍ଷ ହେବ ବନ୍ଦ ଥିଲା। ବର୍ତ୍ତମାନ ପୁଣି କିଛି କଳାକାର ନାଟକ ପରିବେଷଣ କରିବା ସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ସମସ୍ୟା ଦୂର କରିବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି।ତେଣୁ ଏହାକୁ ଦୃଷ୍ଟିରେ ରଖି ଅନୁଷ୍ଠାନ ପକ୍ଷରୁ ଏହି ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।ଏଥିରେ ସଭାପତି ଗରିବ ସ୍ୱାଇଁ, ଉପ ସଭାପତି ଅଶୋକ ମହାରଣା,ସମ୍ପାଦକ ସୁଶାନ୍ତ ପାଣିଗ୍ରାହୀ, ସହ ସମ୍ପାଦକ ପ୍ରଦୀପ ସାସମଲ, କୋଷାଧ୍ୟକ୍ଷ ସନ୍ତୋଷ ରଥ,କମିଟି ସଦସ୍ୟ ବସନ୍ତ ପାତ୍ର, ଲକ୍ଷ୍ମୀ ଗୌଡ, ପ୍ରସନ୍ନ ପ୍ରଧାନ, ଗଜେନ୍ଦ୍ର ପ୍ରଧାନ ପ୍ରମୁଖ ନାଟକ କିଭଳି ସଫଳତାର ସହ ପରିବେଷଣ ହେବ ସେଥିପାଇଁ ଚେଷ୍ଟା ଚଳାଇଛନ୍ତି।ଉକ୍ତ ନାଟକର ଲେଖକ ଗଙ୍ଗାଧର ବିଷୋୟୀ ଥିବା ବେଳେ ଅଭିମନ୍ୟୁ ବିଷୋୟୀ ନିର୍ଦ୍ଦେଶନା ଦେଉଛନ୍ତି। ଅଭିନୟରେ ଜୟକୃଷ୍ଣ ପଟ୍ଟନାୟକ ଓରଫ (ଜେ.କେ), ପ୍ରଶାନ୍ତ ବିଷୋୟୀ,ବିଷ୍ଣୁ ପ୍ରସାଦ ପାତ୍ର,ପ୍ରତାପ ସ୍ବାଇଁ,ପ୍ରୀତିକାନ୍ତ ଗୌଡ,ଭଗବାନ ଭୂୟାଁ,ନାରାୟଣ ପଣ୍ଡା,ସନ୍ତୋଷ ସ୍ବାଇଁ,ନାରୀ ଅଭିନେତ୍ରୀ ବିନି ପ୍ରମୁଖ ରହିଥିବା ଜଣାପଡିଛି।ଏହି ମଞ୍ଚ ନାଟକକୁ ନେଇ ସ୍ଥାନୀୟ କଳାକାର ମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.