“କଳା କାହ୍ନୁ ମୋର କାଳିଆ ସୁନା” ନାଟକ ମଞ୍ଚସ୍ଥ ।

0 198

କୋଦଳା,୦୭/୦୭(ପିପିଟି): ପବିତ୍ର ଆଷାଢୀ ଏକାଦଶୀ ଅବସରରେ ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଫାସି ମାଣିକେଶ୍ୱର ଯୁବ ନାଟ୍ୟ ସଂସଦର କଳାକାର ମାନଙ୍କ ଦ୍ବାରା “କଳା କାହ୍ନୁ ମୋର କାଳିଆ ସୁନା” ନାଟକ ମଂଚସ୍ଥ ହୋଇଯାଇଛି। ନାଟକକୁ ବରିଷ୍ଠ ଶିକ୍ଷକ ତଥା ପୂର୍ବତନ କଳାକାର ନୀଳକଣ୍ଠ ଦାଶ ଉଦ୍ଘାଟନ କରିଥିବା ବେଳେ ୪୪ ନଂ ଜିଲ୍ଲା ପରିଷଦ ସଦସ୍ୟ କଲ୍ୟାଣୀ ପାତ୍ର ମୁଖ୍ଯ ଅତିଥି, ପୂର୍ବ ତନ ସରପଞ୍ଚ ନବୀନ ଦଳେଇ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ଯରେ ବିନାୟକ ପାତ୍ର, ସୀମାଞ୍ଚଳ ପଣ୍ଡା, ବୈକୁଣ୍ଠ ନାଥ ମହାପାତ୍ର, ପଂକଜ ଦଳେଇ, ସୁବାସ ପାଣି, ଲମ୍ବୋଦର ସାହୁ,ଲୁନା ପଟନାୟକ, ଜଟେଶ୍ବର ପଣ୍ଡା, ଶାନ୍ତନୁ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ନିର୍ଦ୍ଦେଶନା ଦେଇଥିଲେ ନୀଳାଚଳ ସାହୁ । ମଞ୍ଚ ପରିଚାଳନା କରିଥିଲେ ରବିନାରାୟଣ ଶତପଥୀ। ପ୍ରାରମ୍ଭରେ ଦିବଙ୍ଗତ ନାଟ୍ୟକାର,ନିର୍ଦ୍ଦେଶକ, ସଂଗଠକ ସ୍ବର୍ଗତ ତ୍ରିନାଥ ଦାଶ, ସମାଜସେବୀ ସ୍ବର୍ଗତ ହୃଷିକେଶ ପାତ୍ରଙ୍କ ସ୍ମତିଚାରଣ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.