କଳାକାର ମହାସଂଘ କଳାକାରଙ୍କ ଅସ୍ମିତାର ଜାଗ୍ରତ ପ୍ରହରୀ : ରାଜେନ୍ଦ୍ର ପତି ।

0 109

ବ୍ରହ୍ମପୁର,୧୩/୧୧(ପିପିଟି):କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା କଳାକାର ମହାସଂଘ” ପ୍ରତିଷ୍ଠା ଦିବସ ଅବସରରେ ପ୍ରଥିତଯଶା ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ମୋହନ ପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖୁବ୍ କମ୍ ସମୟ ମଧ୍ୟରେ ଆତ୍ମ ପ୍ରକାଶ କରିଥିବା ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସମଗ୍ର ଓଡ଼ିଶା ପ୍ରଦେଶରେ କଳାକାରଙ୍କ ଅସ୍ମିତାର ଜାଗ୍ରତ ପ୍ରହରୀ ରୂପେ ଦଣ୍ଡାୟମାନ ହୋଇପାରିଛି ବୋଲି ନିଜସ୍ୱ ମତବ୍ୟକ୍ତ କରିଥିଲେ। ଜାତୀୟ ସଂଗୀତ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ଆୟୋଜିତ ଏହି ଉତ୍ସବର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ କଳାପ୍ରାଣ କୈଳାସ ପାଣିଗ୍ରାହୀ ଶୁଭ ଉଦଘାଟନ କରିବା ପରେ ଦୁଆନପଲ୍ଲୀ ସ୍ଥିତ ମା’ ମଙ୍ଗଳା ଓ କଳାପାଟ ଲୋକ ନାଟ୍ୟ ସଂଘ ପ୍ରଯୋଜିତ ତଥା ବନଜ କୁମାର ସାହୁ ନିର୍ଲଡ଼ଦେଶିତ ଲୋକ ନାଟକ “ମହାଲକ୍ଷ୍ମୀ ପୁରାଣ” ପରିବେଷଣ କରାଯାଇଥିଲା।

କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ସୀମାନ୍ତ ନାଟରାଜ ଡା. ତିରୁପତି ସାହୁ ଅଧ୍ୟକ୍ଷତା କରିଥିଲେ। କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ, ନବରଙ୍ଗପୁର ବରିଷ୍ଠ କଳାକାର ସଂଘ ଉପସଭାପତି ପେଣ୍ଡ୍ରା ପ୍ରସାଦ ନାୟକ, କୋରାପୁଟି ଦେଶିଆ ନାଟ୍ ଗୁରୁ ବାଲାଜୀ ସାମନ୍ତରା, ବରିଷ୍ଠ ଗ୍ରାମୀଣ ନାଟ୍ୟ ସଂଗଠକ ତଥା କଳାକାର ସୁରେଶ ପାଣିଗ୍ରାହୀ, ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସମାଜରେ କଳାକାରମାନଙ୍କ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହର ଯଥାର୍ଥ ସମ୍ମାନ ଦେବା ଆମ ନୈତିକ ଦାୟିତ୍ୱବୋଧ ହେବ ଉଚିତ ବୋଲି ମତ ପୋଷଣ କରିଥିଲେ । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଅତିଥି ପରିଚୟ ପ୍ରଦାନ କରିବା ସହ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ।

ମହାସଂଘ ପକ୍ଷରୁ ସର୍ବଶ୍ରୀ ପ୍ରକାଶ ପଟ୍ଟନାୟକ, ସୁରେଶ ପାଣିଗ୍ରାହୀ,ବନଜ କୁମାର ସାହୁ,ପୂର୍ଣ୍ଣ ଚନ୍ଦ୍ର ସାହୁ, ସୁଦୀପ କୁମାର ସାହୁ, ନୀଳାଞ୍ଚଳ ମହାରଣା,ସତ୍ୟ ନାରାୟଣ କୁଣ୍ଡ,ବାଳକୃଷ୍ଣ କୁଣ୍ଡ,ଜଗନ୍ନାଥ ବାଡ଼ତ୍ୟା, ଚୈତନ୍ୟ ପ୍ରଧାନ, ବଳ ଦାସ, କିରଣ ବାଘ, ମନସାଇ ପନକା, ଦୁର୍ଗା ବିନ୍ଧାଣୀ, ପ୍ରଭାତ ପାଣିଗ୍ରାହୀ ପ୍ରମୁଖଙ୍କୁ ମହାସଂଘ ପକ୍ଷରୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଅଂଶ ଗ୍ରହଣକାରୀ ସମସ୍ତ କଳାକାରଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା। କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟରେ ଉଦଘୋଷକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସଂଯୋଜନା କ୍ରମେ ସାଂସ୍କୃତିକ ବିଚିତ୍ରା ପରିବେଶିତ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ କୃଷ୍ଣ ପ୍ରସାଦ ସାବତ, ପାଣ୍ଡଵ ପ୍ରଧାନ, ରୂପ ଚନ୍ଦ୍ର ସାହୁ, ରାମ ପ୍ରସାଦ ସାବତ, କୁନୁ ବେହେରା,ପ୍ରଦୀପ କୁମାର ସାହୁ,ଦୀପକ କୁମାର ସାହୁ,ଶ୍ରୁତି ସ୍ୱାଧୀନା ସାବତ,ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.