କଲ୍ୟାଣପୁର ରେ ଈଶ୍ୱରମା ସପ୍ତାହ ପାଳିତ ।

0 266

ବେଲଗୁଣ୍ଠା,୦୭/୦୫(ପିପିଟି):  ବେଲଗୁଣ୍ଠା ସତ୍ୟସାଇ ସମିତି  କଲ୍ୟାଣପୁର ଭାଜନ୍ମଣ୍ଡଳୀ ଠାରେ ଈଶ୍ୱରମା ସପ୍ତାହ ପାଳିତ ହୋଇଯାଇଛି । ଈଶ୍ୱରମା ଦିବସର ଅନ୍ୟନାମ ବାଳବିକାଶ ଦିବସ ହୋଇଥିବା କାରଣରୁ ବାଳବିକାଶ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପିଲାଙ୍କ ଦ୍ୱାରା ବେଦଗାନ, ଭଜନ ପରିବେଷଣ ସହିତ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପୂର୍ବତନ ବାଳବିକାଶ ଛାତ୍ରଛାତ୍ରୀ ମାନେମଧ୍ୟ ଅଂଶ ଗ୍ରହଣ କରି ବାଳବିକାଶ କିଭଳି ଛାତ୍ର ଜୀବନକୁ ଶୃଙ୍ଖଳିତ କରେ ସେ ଉପରେ ଆଲୋକପାତ କରିଥିଲେ । ଏଥିରେ କଲ୍ୟାଣପୁର ଆବାହକ ଜଗନ୍ନାଥ ପାଣିଗ୍ରାହୀ, ବିଡ଼ିପୁର ଆବାହକ ଯୋଗେନ୍ଦ୍ର ନାୟକ, ଜଗନ୍ନାଥପ୍ରସାଦ ଆବାହକ ବିଭୁତି ପ୍ରଧାନ,  ଜିଲ୍ଲା ସେବା ସଂଯୋଜିକା ଆରତୀ ଶତପଥୀ, ଜିଲ୍ଲା ବେଦ ସଂଯୋଜିକା ମାନସୀ ମିଶ୍ର, ଓ ଜିଲ୍ଲା ସଭାପତି ଦେବାଶିଷ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏକ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ଯକ୍ରମ ସପ୍ତାହ ବ୍ୟାପି ସମିତିର ବିଡ଼ିପୁର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ଭଳିଆପଲ୍ଲୀ  ଭଳି ବିଭିର୍ଣ୍ଣ ସ୍ଥାନରେ ଅନୁଷ୍ଠିତ ହେଉଛି । ଶିଶୁ ମାନଙ୍କୁ ଉତମ ଶିକ୍ଷା ଓ ଜଣେ ଭଲ ମଣିଷ କରି ଗଢି ତୋଳିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.