ମାଲକାନଗିରି,୨୭/୦୯(ପିପିଟି):ମାଲକାନଗିରି ଜିଲ୍ଲା କର୍ମ ନିୟୋଜନ ସଂସ୍ଥାରେ ୨୦୨୩ ଅଗଷ୍ଟ ଶେଷ ସୁଦ୍ଧା ଶିକ୍ଷିତ ବେକରୀ ଯୁବକ ଯୁବତୀମାନେ ୯,୭୪୮ ଜଣ ନାମ ପଞ୍ଜୀକୃତ କରାଯାଇଥିବା ଜଣାପଡିଛି। ପ୍ରତି ୩ବର୍ଷରେ ନାମ ପୁନଶ୍ଚ ନବୀକରଣ ନକଲେ ସ୍ବୟଂ ଚାଳିତ ଭାବେ କମ୍ପୁ୍ଟରରୁ ନାମ ଉଛେଦ ହୋଇଥାଏ । ଯାହାକି ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଥାଏ।ନାମ କର୍ମ ନିୟୋଜନ ସଂସ୍ଥାରୁ କାଟିବା ପୂର୍ବରୁ ପ୍ରାର୍ଥୀଙ୍କୁ ସ୍ମରଣ କରିବାର ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇ ନାହିଁ। କିନ୍ତୁ ସରକାରୀ ବା ବେସରକାରୀ ସଂସ୍ଥାଗୁଡିକୁ କୌଣସି ବ୍ୟକ୍ତି କର ବା ଅର୍ଥ ପୈଠ କରିବାକୁ ହେଲେ ରିମେମ୍ବର ମେସେଜ ଆସିଥାଏ ।
ସେ ଯାହାହେଉ ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଉତ୍କଟ ବେକରୀ ସମସ୍ୟା ଲାଗି ରହିଛି।ସରକରୀ ଚାକିରୀ ଅଭାବରୁ ଶିକ୍ଷତ ଯୁବକ ଯୁବତୀମାନେ ମାଟି ପଥର ବୋହି ବାକୁ ବାଧ୍ଯ ହୋଉଥିବା ବଳେ କାମ ଅନ୍ବେଷଣରେ ଜିଲ୍ଲା ବାହାରକୁ ପ୍ରତି ଦିନ ଯାଉଥିବା ଜଣା ପଡିଛି। ରାଜ୍ୟ ସରକାର ଭୋଟ ବ୍ୟାଙ୍କ ବଢାଇ ପାଇଁ କିଛି ଶସ୍ତା ଯୋଜନାରେ ଦରିଦ୍ର ଲୋକମାନଙ୍କ ପ୍ରିୟ ଭାଜନ ହୋଇଥିବା ବେଳେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଠୋସ୍ ପ୍ରୟାସ କରୁନଥିବି ଚିନ୍ତାଜନକ ବିଷୟ। ଏକ ଅର୍ଥ ନୈତିକ ସର୍ଭେ ଅନୁସାରେ ସମଗ୍ର ଭାରତରେ ବର୍ଷ ମାଲକାନଗିରି ଜିଲ୍ଲା ଏକ ଦରିଦ୍ର ଜିଲ୍ଲାର ମାନ୍ୟତା ପ୍ରାପ୍ତ, ଯାହାକି ସ୍ଥାନୀୟ ଜନସାଧାରଣ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନାହିଁ। ଭାରତ ସ୍ବାଧୀନ ହେବାର ୭୬ ବର୍ଷା ପରେ ମଧ୍ୟ ଗୋଟିଏ ମଧ୍ୟ କଳକାରଖାନା ସ୍ଥାପନ ହୋଇ ନାହିଁ। କୃଷି ଜିଲ୍ଲା ମୁଖ୍ୟ ଜୀବିକା ହୋଇ ଥିବା ବେଳେ ଦଣ୍ଡକାରଣ୍ୟ ପ୍ରକଳ୍ପ ସମୟରେ ୨ଟି ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲା। ସତୀଗୁଡା ମଧ୍ୟମ ଓ ପଟେରୁ ବୃହତ ଜଳସେଚନ ପ୍ରକଳ୍ପକୁ ଛାଡ଼ିଦେଲେ ତୃତୀୟ ଜଳସେଚନ ପ୍ରକଳ୍ପର ସ୍ଥାପନ ହୋଇନାହିଁ। ଫଳରେ ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବ୍ଲକ ସମ୍ପୂର୍ଣ୍ଣ ଅଣଜଳସେଚିତ ଅଞ୍ଚଳ ଭାବେ ଆଜି ମଧ୍ୟ ଅବହେଳିତ। ରାଜ୍ୟ ରେ ୨୩ ବର୍ଷ ହେଲା ସ୍ଥାୟୀ ସରକାର ରହିଥିଲେ ମଧ୍ୟ କୃଷିର ଉନ୍ନତି ଲାଗି କୌଣସି ପଦକ୍ଷେପ ହସ୍ତକୁ ନିଆଯାଇ ନାହିଁ। ଫଳରେ କୃଷି ଉତ୍ପାଦନ ହ୍ରାସ ଯୋଗୁଁ ଅର୍ଥ ନୈତିକତା ମାନଦଣ୍ଡ ଦୁର୍ବଳ ହୋଇ ପଡ଼ିଛି ।
ମାଲକାନଗିରି ଜିଲ୍ଲା ଥିବା ସବୁଜ ଅରଣ୍ୟ ତଥା ପାହାଡ ଗୁଡିକ
ହରିଲୁଟ ଚାଲିଥିବା ବେଳେ ପାହାଡ ଗୁଡିକ ବାହାର ଲୋକମାନଙ୍କୁ ପଥର ଖଦାନ ଟେଣ୍ଡର ମାଧ୍ୟମରେ ଟେକି ଦିଆ ଯାଇଛି। ସେଠାରେ ପରିଶ୍ରମ କରି ପେଟ ପୋଷିଥିବା ଲାଗି ସ୍ଥାନୀୟ ଲୋକମାନଙ୍କ ସହଭାଗିତା ନାହିଁ। ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ପ୍ରାୟ ୫୭ ହଜାର ଶ୍ରମଜୀବୀ ରହିଥିଲା ବେଳେ ସେମାନଙ୍କ ନିକଟରେ କାମ ଅଭାବ ରହିଛି।ନରେଗା ଯୋଜନା ରେ ନାମମାତ୍ର କର୍ମ ନିଯୁକ୍ତି ଚାଲିଥିବା ବେଳେ ସମସ୍ତ କାର୍ଯ୍ୟ ମେସିନ ମଧ୍ୟମରେ କରାଯାଉଛି। ଦିନକୁ ଦିନ ବଜାରର ନିତ୍ୟ ବ୍ୟବହୃତ ସାମଗ୍ରୀ ଦରବୃଦ୍ଧି, ଉତ୍କଟ ବକାରୀ ସମସ୍ୟା, ସ୍ଥାନୀୟ ଅଞ୍ଚଳରେ କର୍ମନିଯୁକ୍ତିର ଅଭାବ ଜିଲ୍ଲାରେ ଆର୍ଥିକ ମାନଦଣ୍ଡକୁ ଦୁର୍ବଳ କରି ଦେଉଛି।
ଏକ ଆକଳନରୁ ଜଣାପଡିଛି ଯେ ଜିଲ୍ଲା କର୍ମନିୟୋଜନ ସଂସ୍ଥାରେ ମୋଟ ୯,୭୪୮ ଜଣ ନାମ ପଞ୍ଜୀକୃତ କରିଥିଲା ବେଳେ ମାଟ୍ରିକ ଉତ୍ତୀର୍ଣ୍ଣ କରିନଥିବା ୫୨୬,+୨ କଳା, ବାଣିଜ୍ୟ, ବିଜ୍ଞାନ ୩,୪୯୭,+୩ କଳା, ବାଣିଜ୍ୟ, ବିଜ୍ଞାନ ୧୮୧୪, ଡିପ୍ଲୋମା ୧୧୯,ଫୟମାସିଷ୍ଟ ୨୯, ଷ୍ଟାଫ ନର୍ସ ୧୮୫,ଆଟିଆଇ ୨୬୨,ସିଟି ୮୨, ଅନ୍ୟାନ୍ୟ ୧୬୪ ଜଣ ଶିକ୍ଷିତ ବେକରୀ ଯୁବକ ଯୁବତୀ ନାମ ପଞ୍ଜୀକୃତ କରିଛନ୍ତି। ସେମାନଙ୍କୁ ନା ସରକାରୀ ନିଯୁକ୍ତି ଅଛି ନା ବେକରୀ ଭତ୍ତା ଅଛି। ବର୍ତ୍ତମାନ ଯୁବ ପିଢ଼ିଙ୍କ ଭବିଷ୍ୟତ ଅନ୍ଧକାର। ଓଡ଼ିଶାର ସ୍ଥାୟୀ ସରକାର କୁମ୍ଭ କର୍ଣ୍ଣ ନିଦ୍ରାରେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)