ଆସିକା,୨୩/୦୩(ପିପିଟି):ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଇନକିଲାବର ଲହର ସୃଷ୍ଟି କରି ଯୁବା,ଛାତ୍ର ଏବଂ ସମସ୍ତ ଦେଶବାସୀଙ୍କ ମନରେ ଦେଶପ୍ରେମ ଜାଗ୍ରତ ସୃଷ୍ଟି କରି ଅମର ଶହୀଦ ଭଗତ ସିଂ, ଶହୀଦ ସୁଖଦେବ ଓ ଶହୀଦ ରାଜଗୁରୁ ୨୩ ମାର୍ଚ୍ଚ ରେ ହସି ହସି ଫାଶିଖୁଣ୍ଟରେ ଶୋଷଣ, ଲୁଣ୍ଠନ ଓ ଅରାଜକତା ବିହୀନ ଭାରତବର୍ଷ ପାଇଁ ବଳିଦାନ ଦେଇଥିଲେ। ଏହି ମହାନ୍ ବୀରଙ୍କ ବଳିଦାନ ଦିବସରେ ସି.ପି.ଆଇ(ଏମ୍ ଏଲ୍) ରେଡ୍ ଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଆସିକା ପଢାଳରେ ଏକ ଆଲୋଚନା ସଭା ରାଜେନ୍ଦ୍ର ନାହକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି ସଭାରେ ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାର ଗଞ୍ଜାମ ଜିଲ୍ଲା ସମ୍ପାଦକ ଶଙ୍କର ଇନକିଲାବ ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଶହୀଦ ଭଗତ ସିଂଙ୍କ ଦୃଢ଼ ନେତୃତ୍ବ ଓ ବଳିଦାନ ସମ୍ପର୍କରେ ବ୍ୟାଖ୍ୟା କରିବା ସହ ବର୍ତ୍ତମାନର ଫାସିବାଦୀ ଚରିତ୍ର ମୋଦି ସରକାର କର୍ପୋରେଟ ପୁଞ୍ଜି ର ସ୍ବାର୍ଥ ପାଇଁ କିପରି ଦେଶରେ ଯୁବା ବିରୋଧୀ, ଶ୍ରମିକ ବିରୋଧୀ, କୃଷକ ବିରୋଧୀ,ମହିଳା ବିରୋଧୀ, ଆଦିବାସୀ ବିରୋଧୀ ନୀତି ଆପଣାଇ ଭାରତୀୟ ସମ୍ବିଧାନ ଉପରେ ଭୟଙ୍କର ଆକ୍ରମଣ କରିବା ସହ ଇଲୋକ୍ଟ୍ରାରାଲ ବଣ୍ଡ ଜରିଆରେ ସର୍ବବୃହତ ଦୃର୍ନୀତି କରିବା ସହ ସମସ୍ତ ଅନୁଷ୍ଠାନକୁ ନିୟନ୍ତ୍ରଣ କରି ଫାସିବାଦି ଦମନ ଚଳାଇଛନ୍ତି ତାହା ଅତ୍ୟନ୍ତ ବିପଜ୍ଜନକ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଭଗତ ସିଂଙ୍କ ରାସ୍ତାକୁ ଆପଣାଇ କର୍ପୋରେଟ ଦଲାଲ ଫାସିବାଦୀ ଓ ସାମ୍ପ୍ରଦାୟିକତା ବାଦ୍ କବଳରୁ ଦେଶକୁ ମୁକୁଳାଇବା ପାଇଁ ଜନ ବିକଳ୍ପ ଗଢି ତୋଳିବା ପାଇଁ ଆହ୍ବାନ ଦେଇଥିଲେ। ଆସିକା ଏରିଆ କମିଟିର ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା ଶ୍ରମିକ ଓ କୃଷକଙ୍କ ଐକ୍ୟବଦ୍ଧ ସଂଘର୍ଷ ପାଇଁ ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୃଷକ,ଶ୍ରମିକ,ଗଣତନ୍ତ୍ର ପ୍ରେମୀ,ଦେଶପ୍ରେମୀ,ଭାଇ ଓ ଭଉଣୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ହାର ନାହକ,କସ୍ତୁରୀ ନାହକ,କୁମାରି ସ୍ବାଇଁ ଆଦି ବହୁ ନେତୃତ୍ବ ଉପସ୍ଥିତ ଥିଲେ ।