ବେଗୁନିଆପଡା,୦୭/୦୩(ପିପିଟି): ସଶକ୍ତ ହେଲେ ସମାଜ ସମୃଦ୍ଧ ହୁଏ। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ ପାରଦର୍ଶିତାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ନବୀନ ସରକାରଙ୍କ ଅନେକ ପଦକ୍ଷେପ ନେଇଛି । ଆସନ୍ତା କାଲି ଅର୍ଥାତ ୮ ତାରିଖ ଶୁକ୍ରବାର ଦିନ ଆନ୍ତ୍ରଜାତୀୟ ମହିଳା ଦିବସ ଅଟେ। ଶୁକ୍ରବାର ଦିନ ମହାଶିବାରାତ୍ର ହେଉଥିବାରୁ ଗୁରୁବାର ଦିନ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡା ବ୍ଲକ ସ୍ଥିତ ବାପୁଜୀ ଷ୍ଟାଡିୟମ ଠାରେ ବିଜୁ ଜନତା ଦଳ ତରଫରୁ ଦିବା ୧୧ ଘଣ୍ଟ ସମୟରେ ଏକ ବିଶାଳ ମହିଳା ସମାବେଶର ଅନୁଷ୍ଠିତ ହୋଇଯାଇଛି। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ପ୍ରାୟ ୫ ହଜାର ମାଆମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଅତିଥି ଭାବେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଲକ ଏନ୍ ଏ ସି ଅଧକ୍ଷା ଲକ୍ଷ୍ମୀ ସେଠି,ପୂର୍ବତନ ଅଧକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ବ୍ଲକ ବିଜେଡି ସଭାପତି ଭଗବାନ ସ୍ୱାଇଁ,ବେଗୁନିଆପଡା ବ୍ଲକ ଅଧକ୍ଷା ରେଣୁ ଗୌଡ଼, ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ, ସମାଜସେବୀ ମହେଶ୍ୱର ବରାଡ଼, ଜିଲ୍ଲା ପରିଷଦ ସଦସ୍ୟା ବିନୋଦିନୀ ସ୍ୱାଇଁ, ମଧୁମିତା ସାହୁ,କଲ୍ୟାଣୀ ପାତ୍ର, ପୁରୁଷୋତ୍ତମପୁର ବ୍ଲକର ପୂର୍ବତନ ଅଧକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସମେତ ସମସ୍ତ ଜନପ୍ରତିନିଧି, ବିଜେଡି କର୍ମକର୍ତ୍ତା ଓ ମହିଳା ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)