କବିସୂର୍ଯ୍ୟନଗର,୨୬/୧୨(ପିପିଟି): କବିସୂର୍ଯ୍ୟନଗର ଠାରେ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିବା ସହିତ କବିସୂର୍ଯ୍ୟନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ରୋଗୀ ମାନଙ୍କୁ ପାଚିଲା ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟିକା ଲତିକା ପ୍ରଧାନ,ଯୁବ ବିଜେଡି ରାଜ୍ଯ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, କବିସୂର୍ଯ୍ୟନଗର ଏନ୍ଏସି ଅଧ୍ୟକ୍ଷା ଏସ୍ ଲକ୍ଷ୍ମୀ, ନଗର ବିଜେଡି ସଭାପତି ଭଗବାନ ସ୍ବାଇଁ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ରସଲ କୁମାର ଦାଶ,କବିସୂର୍ଯ୍ୟନଗର ବ୍ଲକ ଯୁବ ବିଜେଡି ସଭାପତି ବ୍ରଜସୁନ୍ଦର ମଳିକ, ବଡମହୁରୀ ସମିତି ସଭ୍ଯ ଟି ବ୍ରଜେନ୍ଦ୍ର ପ୍ରଧାନ,ବିଜେଡି ନେତା ଆଦିତ୍ଯ ତ୍ରିପାଠୀ,ଯୁବ ନେତା ପ୍ରସନ୍ନ ନାୟକ, ଯୁବ ନେତା ସୂର୍ଯ୍ୟନାରାୟଣ ନାୟକ,ସୁରଜ ରେଡ୍ଡୀ, ବିଜେଡି ନେତା ତୋଫାନ ଆଚାରୀଙ୍କ ସମେତ ସରପଞ୍ଚ ଓ ସମିତିସଭ୍ଯ ମାନେ ଯୋଗ ଦେଇଥିଲେ।
(ରିପୋର୍ଟ- ସପ୍ନେଶ୍ବର ପାଣିଗ୍ରାହୀ)