କବିସୂର୍ଯ୍ୟନଗର,୦୬/୦୯(ପିପିଟି):ଗୁରୁଦିବସ ଅବସରରେ କବିସୂର୍ଯ୍ୟନଗର ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଦିନ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦଣ୍ଡପାଣି ଗୌଡ଼ଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ମୁଖ୍ୟ ବକ୍ତା ନିରଞ୍ଜନ ସାହୁ, ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ଵାଇଁ,ଏନ୍ଏସି ଅଧ୍ୟକ୍ଷା ଏସ୍ ଲକ୍ଷ୍ମୀ ସେଠୀ, ଉପାଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ବ୍ଲକ ଶିକ୍ଷାଧିକାରୀ ଅଭିମନ୍ୟୁ ସାହୁ, ଏବିଇଓ ରବି ନାରାୟଣ ବେହେରା, ଲକ୍ଷ୍ମଣ ଜେନା,ମାଧବ ଚନ୍ଦ୍ର ମାଝୀ,ସଂଘ ସମ୍ପାଦକ ସୁରେନ୍ଦ୍ର ସେଠୀ,ସନ୍ତୋଷ ସେଠୀ,ସିମାଞ୍ଚଳ ପାଣି,ନୀଳକଣ୍ଠ ଚୌଧୁରୀ ଓ ସିଆରସିସି ଧବଳେଶ୍ଵର ସାହୁଙ୍କ ସମେତ ସମସ୍ତ ସିଆରସିସି ମଞ୍ଚାସୀନ ଥିଲେ । ବ୍ଲକସ୍ତରୀୟ ଗୁରୁବିବସ ୨୦୧୮ମସିହାରୁ ଆଜି ପର୍ଯ୍ୟନ୍ତ ହୋଇନଥିବା ବେଳେ ସ୍ଥାୟୀ ତଥା ସ୍ଥାନୀୟ ବିଇଓ ଅଭିମନ୍ୟୁ ସାହୁଙ୍କ ସହଯୋଗରେ ୪୭ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଉପଢୌକନ ଓ ମାନପାତ୍ର ଦେଇ ସମ୍ମାନିତ କରଯାଇଥିଲା । ବ୍ଲକର ପିଏଚଡ଼ି ଡିଗ୍ରୀ ଉପାଧିପ୍ରାପ୍ତ ପ୍ରାଥମିକ ଶିକ୍ଷକ ଡକ୍ଟର ସୁରେନ୍ଦ୍ର ନାଥ ସାହୁଙ୍କୁ ବିଧାୟିକା ମଞ୍ଜୁଳା ସ୍ଵାଇଁ, ବିଧାୟିକା ଲତିକା ପ୍ରଧାନ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଓ ବିଇଓ ଅଭିମନ୍ୟୁ ସାହୁଙ୍କ ଏହି ପୂଜ୍ୟପୁଜା ସମାରୋହ ଉଦ୍ୟମକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ସମସ୍ତ ଶିକ୍ଷକ ଭୂୟସୀ ପ୍ରଶଂସା କରିଥିଲେ ।
`