***କବିର ପରିଭାଷା***

0 13

ହୃଦୟର ଭାଷା ନିଖୁଣ ଭାବରେ
କବିତାରେ ରୂପ ଦେଇ….
ବ୍ଯକ୍ତ ଯେ କରିବ ବାସ୍ତବ ସ୍ବରୂପ
କବି ବୋଲି ତାଙ୍କୁ କହି….!!
କବି ହେବା ପାଇଁ ଶବ୍ଦର ଜ୍ଞାନ
ରହିଥିବ ମସ୍ତିଷ୍କରେ….
ତେବେ ଯାଇ ଧୈର୍ଯ୍ଯ ସାହସ ବାନ୍ଧିବ
ସାହିତ୍ୟର ସାଧନାରେ….!!
ବେଦ ପୁରାଣ ଯେ ସଂହିତା ସକଳ
ପଠନ କରିବା ଧ୍ଯେୟ….
କାବ୍ୟ କବିତା ଠୁ ରାଗ ଛାନ୍ଦ ଚମ୍ପୁ
ଭାବରେ ଥିବଟି ଲୟ…..!!
ଗଳ୍ପ ଉପନ୍ୟାସ ନାଟକ ସହିତ
ଜାଣିଥିବ ଇତିହାସ….
ବିଜ୍ଞାନ ଭୂଗୋଳ ଗଣିତ ଜ୍ୟୋତିଷ
ଆବର ସମାଜ ଶାସ୍ତ୍ର…..!!
ରାଜନୀତି ଠାରୁ ମନସ୍ତତ୍ତ୍ୱ ଯାଏଁ
ଜ୍ଞାନକୁ ସାଧନ କରି….
ଆପଣା ଭାବନା ସମାଜର ହିତେ
ପ୍ରୟୋଗ କରିବ ସ୍ମରି…..!!
ଅନ୍ଧ ବିଶ୍ବାସକୁ ଦୂରିତ କରିବ
ନୂତନ ଆଲୋକ ଦେଇ….
କବି ଜୀବନଟା ଧନ୍ୟ ହୋଇ ଯିବ
ସଫଳ କବି ବୋଲାଇ….!!
କାଳ୍ପନିକ ଅବାନ୍ତର ଭେଦ ଭାବ
ନଥିବ କବି ଅନ୍ତରେ…..
ସତ୍ଯ ଧର୍ମ ନ୍ୟାୟ ସମାଜେ ସ୍ଥାପିବ
କରି ଆପଣା ବିଚାରେ….!!
ସମାଜର ହିତେ ରଚିବ କବିତା
ଶିକ୍ଷା ଥିବ ପ୍ରତି ବାକ୍ଯେ….
ଯେଉଁ କବିତାର ଭାବାର୍ଥ ସୁନ୍ଦର
ଫୁଟୁଥିବ ଜନ ମୁଖେ….!!
କବି ପରିଚୟ କବିର ଆଦର
କବିର ଆଦର୍ଶ ନେଇ…..
କବି ବଞ୍ଚି ରହେ ଯୁଗ ଯୁଗ ବ୍ଯାପି
କବିତା ସୃଜନ ପାଇଁ….!!
ଆଚାରଣ ଉଚ୍ଚାରଣରେ ସୁଦ୍ଧତା
ଥିବ ଭାବନା ପବିତ୍ର…..
ସେହି କବି ସଦା ବନ୍ଦିତ ପୂଜିତ
ମୋହୁଥିବ ପ୍ରାଣୀ ଚିତ୍ତ….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.