କନ୍ୟାରିବାଡି ରେ ରାମଚରିତ ମାନସ ପାଇଁ କଳସ ଯାତ୍ରା ଅନୁ୍ଷ୍ଠିତ ।

0 36

କୋଦଳା,୦୪/୧୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ ର କନ୍ୟାରିବାଡି ଗ୍ରାମରେ ରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ନିମନ୍ତେ ଶୁକ୍ରବାର ଦିନ ଗ୍ରାମବାସୀ ଙ୍କୁ ନେଇ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ୟାରିବାଡି ଗ୍ରାମର ଗ୍ରାମବାସୀ ମାନେ ଅଂଶଗ୍ରହଣ କରିଥିଲେ । ଏ ନେଇ ଗୁରୁବାର ଦିନ ଗାୟତ୍ରୀ ପଞ୍ଚ କୁଣ୍ଡିୟ ମହାଯଜ୍ଞ ଏବଂ ଦୀପ ଯଜ୍ଞ ଅନୁ୍ଷ୍ଠିତ ହୋଇଯାଇଛି ।ଅନୁଷ୍ଠାନର କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଠାରୁ ଅର୍ଥାତ୍ ୪.୧୧.୨୦୨୩ ରିଖ ଠାରୁ ତା ୧୨.୧୧.୨୦୨୩ ରିଖ ପର୍ଯ୍ୟନ୍ତ ପାରାୟଣ ଏବଂ ପ୍ରବଚନ କାର୍ଯ୍ଯକ୍ରମ ଅନୁଷ୍ଠିତ ହେବ । ଏଥିରେ ସନ୍ଥ ମଦନ ମୋହନ ଦାସ, ମନୋହର ଦାସ, ଦାମୋଦର ଦାସ, ବିରୂପାକ୍ଷ ଦାସ, ସଦାନନ୍ଦ ଦାସ ପ୍ରମୁଖ ବକ୍ତା ମାନେ ଯୋଗ ଦେଇ ପ୍ରବଚନ ପ୍ରଦାନ କରିବେ ବୋଲି ସୂଚନା ମିଳିଛି । ଏ ନେଇ କନ୍ୟାରିବାଡି ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହି କାର୍ଯ୍ୟକ୍ରମରେ କନ୍ୟାରିବାଡି ଗ୍ରାମର ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Leave A Reply

Your email address will not be published.