କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘ କର୍ମକର୍ତ୍ତା ଚୟନ ।

0 292

ଭଞ୍ଜନଗର, ୦୧/୦୩(ପିପିଟି):କ. ନୂଆଗାଁ କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ କଳାକାର ସାଂସ୍କୃତିକ ସଂଘ, ସାରଙ୍ଗ ଗଡ଼ ତରଫରୁ ସ୍ଥାନୀୟ ନୂଆଗାଁ ଶିବ ମନ୍ଦିର ପରିସରରେ ଏକ କଳାକାର ସମ୍ମିଳନୀ ସଂଘ ସଭାପତି ତ୍ରିନାଥ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରି ସମ୍ପ୍ରତି କଳାକାରମାନେ ସଂଘ ମନସ୍କ ହେଲେ ହିଁ ଉଭୟ କଳା ଓ କଳାକାରଙ୍କ ଉନ୍ନତି ସାଧନ ସମ୍ଭବ ହୋଇ ପାରିବ ବୋଲି ଉପସ୍ଥିତ କଳାକାରମାନଙ୍କୁ ଉଦବୋଧନ ଦେଇଥିଲେ। ସଂଘର କର୍ମକର୍ତ୍ତମାନେ ମଂଚାସୀନ ରହି ସାଙ୍ଗଠନିକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ କନ୍ଧମାଳ ଜିଲ୍ଲା ବରିଷ୍ଠ କଳାକାର ସଂଘର କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବଶ୍ରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ସଭାପତି, ତ୍ରିନାଥ ପଣ୍ଡା ସାଙ୍ଗଠନିକ ସଭାପତି, ଶବର ପାତ୍ର କାର୍ଯ୍ୟକାରୀ ସଭାପତି, ସନାତନ ଗୌଡ଼ ଉପସଭାପତି, ସୁକାନ୍ତ ବେହେର୍ଦ୍ଦଳେଇ ସମ୍ପାଦକ, ସଲମନ ନାୟକ ସହସମ୍ପାଦକ, ଏବଂ ସନ୍ନ୍ୟାସୀ ବାଘଙ୍କୁ କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତ କ୍ରମେ ଚୟନ କରାଯାଇଛି। ଧବଳେଶ୍ୱର ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଶେଷରେ କରୁଣାକର ନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.