କନ୍ଧମାଳ ଛାତ୍ର କଂଗ୍ରେସ ତରଫରୁ ରାହୁଲ୍ ଗାନ୍ଧୀଙ୍କ ୫୧ ତମ ଜନ୍ମଦିନ ପାଳନ ।

0 225

କନ୍ଧମାଳ,୧୯/୦୬(ପିପିଟି): ଯୁବକ ଓ ଛାତ୍ର ମାନଙ୍କର ଆଦର୍ଶ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧୀଜୀଙ୍କ ୫୧ ତମ ଜନ୍ମଦିନକୁ କରୋନା ସଚେତନତା ଦିବସ ଓ ସହାୟତା ଦିବସ ଭାବରେ ପାଳନ କରାଯାଇଛି l କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଫୁଲବାଣୀ ସଦର ମହକୁମା ଠାରେ ଅସହାୟ ବୃଦ୍ଧ ବୃଦ୍ଧା ଏବଂ ଦିନ ମଜୁରିଆ ମାନଙ୍କ ଘର ଘର ବୁଲି ଶୁଖିଲା ଖାଦ୍ୟ ବଣ୍ଟନ ସହ କରୋନା ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମ କନ୍ଧମାଳ ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ହୋଇଥିବା ବେଳେ ମାନସ ନାୟକ, କେ. ତପନ କୁମାର ସୁବୁଦ୍ଧି, ସମୀର, ଅମରେଶ ଦନ୍ତ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.