କଥା ଦେଇ କଥା ରଖିଲେ ବିଧାୟକ।

0 376

ବୋଲଗଡ଼,୧୧/୧୦(ପିପିଟି) :ବେଗୁନିଆ ରେ ହେବ ଉପ ଜିଲ୍ଲା ସ୍ତରୀୟ ଡାକ୍ତରଖାନା ବିଜ୍ଞପ୍ତି ପ୍ରକାଶ କଲେ ଓଡ଼ିଶା ସରକାର ଅଗଷ୍ଟ ୨୨ରେ ଅଭିଯୋଗ ଶୁଣାଣି ଭରି ସଭାରେ 5T ସଚିବ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଦେବେ ଶୁଭ ଖବର ସତକୁ ସତ ଦୁଇମାସ ନପୁରୁଣୁ ସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇଲା ଅକ୍ଟୋବର ୦୯ ତାରିଖରେ ହେବ ୧୦୦ ଶଯ୍ୟା ବିଶିଷ୍ଟ ଉପ ଜିଲ୍ଲା ସ୍ତରୀୟ ଡାକ୍ତରଖାନା ଘୋଷଣା ହେଲା ପରେ ବେଗୁନିଆ ଉତ୍ସଵ ମୁଖରିତ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଆତ୍ମ ବିଶ୍ୱାସ,ସାଧୁ ଉଦ୍ୟମ,ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଉଦ୍ୟମ ଯୋଗୁ ବେଗୁନିଆକୁ ମିଳିଲା ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ସଫଳତା। ଏହାର ସମସ୍ତ ଶ୍ରେୟ ବେଗୁନିଆ ବୋଲଗଡ ବାସୀଙ୍କର ବୋଲି କହିଲେ ବିଧାୟକ ଶ୍ରୀ ସାହୁ ଭାରି ପ୍ରତିବାଦ ସଭାରେ କହିଥିଲେ ମେଡିକାଲ ନହେଲେ ଲଣ୍ଡା ହେବେ ବୋଲି। ଆତ୍ମ ବିଶ୍ବାସ ଓ କର୍ତ୍ତବ୍ୟ ବୋଧ ର ହେଲା ଜୟ ବାଣ ଫୁଟାଇ ମିଠା ଖୁଆଇ ଉତ୍ସଵ ବନାଇଲେ ବେଗୁନିଆ ଅଞ୍ଚଳ ବାସୀ। କଥା ଦେଇ କଥା ରଖିଥିବାରୁ କୃତଜ୍ଞତା ଜଣାଇଲେ ଓଡ଼ିଶାର ଜନ ମାନସ ର ନେତା ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ 5T ସଚିବ ଭି.କେ.ପାଣ୍ଡିଆନଙ୍କୁ। ମାନ୍ୟବର ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଆଜି ଆସିଲେ ଭୁବନେଶ୍ୱର ଏୟାରପୋର୍ଟ ଛକ ଠାରୁ ନବୀନ ନିବାସ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ରେ ଯାଇ ଭେଟିଲେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ଫୁଲ ତୋଡା ଦେଇ ବଧାଇ ଜଣାଇଲେ ବେଗୁନିଆ ବୋଲଗଡ ବାସୀ ଓ ସ୍ୱାସ୍ଥ୍ୟ କ୍ରିୟାନୁଷ୍ଠାନ କମିଟି ମେମ୍ବର ମାନେ। ଏଭଳି ଏକ ଐତିହାସିକ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦେଲେ ଧନ୍ୟବାଦ। ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଦେଖିବା ପାଇଁ କଲେ ପ୍ରତିଜ୍ଞା ଜୟ ନବୀନ ଜୟ ରାଜ ଭାଇ ଜୟ ବେଗୁନିଆ ବୋଲଗଡ଼।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.