କଟଣୀ ଛଟଣୀକୁ ବିରୋଧ କଲେ ବିଧାୟକ,କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ।

0 274

ସିମୁଳିଆ,୧୬/୦୧:ଚଳିତ ଖରିଫ ଋତୁରେ ରାଜ୍ୟରେ ସରକାରୀ ସ୍ତରରେ ଧାନ ମଣ୍ଡି ଖୋଲାଯାଇ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଧାନ କିଣା ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ମଣ୍ଡି ଉପରେ କଡା ନଜର ରଖିବାକୁ ରାଜ୍ୟ ସରକାର କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ମାତ୍ର ସିମୁଳିଆ ଅଞ୍ଚଳରେ କିଛି ସମବାୟ ସମିତି ଓ ଅସାଧୁ ମିଲରଙ୍କ ମିଲିଭଗବତରେ ୭ରୁ୧୨ ଶତକଡ଼ା ଚାଷୀଙ୍କ ନିକଟରୁ କଟଣୀ ଛଟଣୀ କରାଯାଉଥିବା ନେଇ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଶ୍ରୀ ପଣ୍ଡା ବାଲିଖଣ୍ଡ ରେ ଥିବା ପୁରୁଷୋତ୍ତମପୁର ସେବା ସମବାୟ ସମିତି ଓ ମାର୍କୋଣା ପଞ୍ଚାୟତରେ ଥିବା ମାର୍କୋଣା ସେବା ସମବାୟ ସମିତି ପରିଦର୍ଶନ କରି ସମିତିର ସମ୍ପାଦକ ଓ ମିଲରଙ୍କୁ ଏଭଳି ନ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀଙ୍କ ନିକଟରୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କିଣିବାକୁ ପରାମର୍ଶ ଦେବା ସହ ତାଗିଦ କରିଥିବା ଦେଖିବାକୁ ମିଳିଥିଲା । ନଚେତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲେ । ଏତଦବ୍ୟତୀତ ମଣ୍ଡିରେ ଚାଷୀମାନଙ୍କ ନିମନ୍ତେ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ କହିଥିଲେ ।

Leave A Reply

Your email address will not be published.