କଜଳପାତି ବା କିଙ୍ଗ-କ୍ରୋ, ପକ୍ଷୀ ଜଗତର ବାଦଶାହ।

0 289

ବୋଲଗଡ଼,୧୨/୦୭(ପିପିଟି): କାଉ ତ କଳା କୋଇଲି କଳା, କଳାକଜଳ ପାତି। ଡାଳରେ ବସି ଆମରିକଥା, ଶୁଣୁଛି କାନ ପାତି।

କଜଳପାତି ଆମଦେଶରେ ପ୍ରତେକ ରାଜ୍ୟରେ ଦେଖିବାକୁ ମିଳିଥାନ୍ତି। ବିଶେଷ କରି ଆମରାଜ୍ୟରେ ଏହି ପକ୍ଷୀ ମଧ୍ୟ ଦେଖିବା କୁ ମିଳିଥାଏ। ଛୋଟିଆ କଳାରଙ୍ଗର ପକ୍ଷୀଟିଏ, ପ୍ରାୟତଃ ବିଲ,ବାଡି ବଗିଚାରେ ଦେଖିବାକୁ ମିଳିଥାଏ। ଏହି ପକ୍ଷୀ ର ନାମ ବିଭିନ୍ନ ସ୍ଥାନ କାଳ ପାତ୍ର ରେ ଭିନ୍ନ ଭିନ୍ନ ନାମ ହୋଇ ଥିଲା ବେଳେ ଆମ ରାଜ୍ୟରେ ସମସ୍ତେ କଜଳପାତି ଚଢେଇ ନାମରେ ଜଣାଶୁଣା। ସାଧାରଣତଃ ଏହି ପକ୍ଷୀ ଟି ବଡ଼ ବଡ଼ ଗଛ ଓ ଇଲେକ୍ଟ୍ରି ଖୁଣ୍ଟ, ବଡଟାୱାର ଉପରେ ବସା କରି ରହିଥାଏ। ଏହି କଜଳ ପାତିପକ୍ଷୀ ମାନେ ବିଭିନ୍ନ ପ୍ରକାରର କୀଟ, ପତଙ୍ଗ, ଝିଣ୍ଟିକା, ଗୋବର ପୋକ, ଏପରିକି ପୋକଯାତୀୟ ଖାଦ୍ୟ ଖାଇଥାନ୍ତି। ବିଶେଷ କରି ବିଲରେ ହଳ କରୁଥିବା ସମୟରେ ବହୁ ପରିମାଣରେ ଏହି ପକ୍ଷୀ ଦେଖାଯାଇଥାନ୍ତି। ଏପରିକି ମାଟି ଭିତରୁ ବାହାରୁଥିବା କୀଟ, ପୋକ ମଧ୍ୟ ଖାଇଥାନ୍ତି। କୃଷକ ମାନେ ନିଜ ନିଜ ଚାଷଜମି ରେ ବଡ ବଡ ଡାଳପୋତିଥାନ୍ତି କାରଣ ଚାଷ ଜମି ରେ କୀଟପତଙ୍ଗ ଦାଉରୁ ରକ୍ଷା ପାଇବା ପାଇଁ କଜଳପାତି ମାନଙ୍କୁ ଆକର୍ଷିତ ହୋଇ ଆସିବା ପାଇଁ। କିନ୍ତୁ ଏହି ପକ୍ଷୀ ମହୁମାଛି କୁ ଖାଇଥାଏ କିନ୍ତୁ ସାଧାରଣତଃ ମାଛି ଖାଇବା କୁ ପସନ୍ଦ କରିନଥାଏ।ଏପରି କି କଜଳପାତି ଅନ୍ୟପକ୍ଷୀଙ୍କ ସହିତ ବନ୍ଧୁତା ସ୍ଥାପନ କରି ଥାଏ। ହଳଦିବସନ୍ତ, ଘରଚଟିଆ, ବାଇଚଢେଇ, ବଣି, ଗୁଣ୍ଡୁରି, ରାଜବଣି ଏହି ପକ୍ଷୀ ମାନଙ୍କ ସହିତ ବେସି ବନ୍ଧୁତ୍ୱ ରଖିଥାଏ। ଏହି ବନ୍ଧୁତା ପାଇଁ ଖୁବ୍ ସହଜରେ ଖାଦ୍ୟ ସଂଗ୍ରହ କ୍ଷେତ୍ରରେ ଲାଭ ମିଳିଥାଏ।

ଏହି କଜଳପାତି ଚଢେଇ ଛୋଟିଆ ପକ୍ଷୀଟିଏ ହେଲେ ମଧ୍ୟ ଭାରିସାହାସୀ। ଯେତେ ବଡଶକ୍ତିସାଳୀ ପକ୍ଷୀ ହେଲେ ମଧ୍ଯ ତା’ର ସେମାନଙ୍କ ପ୍ରତି ଭୟନଥାଏ। ତାର ନିଜ ବସା ସହିତ ତା ନିକଟରେ ଯେ କୌଣସି ପକ୍ଷୀ ବସାବାନ୍ଧି ରହିଥାଏ ଜଦି ଅନ୍ୟପକ୍ଷୀ ଆକ୍ରମଣ କରିଥାଏ ଅତର୍କିତ କଜଳପାତି ଆକ୍ରମଣ କରିଥାଏ। ଏପରିକି ଦେଖି ବାକୁ ମିଳିଛି ବିଷାକ୍ତ ସାପ,ଗୋଧି, ମାଙ୍କଡ଼ ମାନଙ୍କୁ ମଧ୍ୟ ଆକ୍ରମଣକରି ଘାଇଲା କରିଦେଇଥାଏ। ସେଥିପାଇଁ ପରିବେଶବିତ୍ ମାନେ ପକ୍ଷୀ ଜଗତର କିଙ୍ଗ- କ୍ରୋ ବୋଲି କହିଥାନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.